କୃଷି କର୍ମଚାରୀଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା ଦାବି

ହରଭଙ୍ଗା : କୃଷି ପ୍ରଧାନ ଓଡିଶାରେ କୃଷିକାର୍ଯ୍ୟକୁ ସବୁ ପରିସ୍ଥିତିରେ ସରକାର ଅଗ୍ରାଧିକାର ଦେଇଆସିଛନ୍ତି। ବର୍ତମାନ କରୋନା ସମୟରେ ତାଲାବନ୍ଦ ଏବଂ ସଟଡାଉନ ବଳବତର ରହିଥିବାବେଳେ ଏଭଳି ଜରୁରୀ ସମୟରେ କୃଷି କାର୍ଯ୍ୟକୁ ଅତ୍ୟାବଶ୍ୟକ ସେବାରେ ମଧ୍ୟ ସାମିଲ କରାଯାଇଛି।କୌଣସି ପରିସ୍ଥିତିରେ କୃଷି ସେବା ଯେଭଳି ବାଧାପ୍ରାପ୍ତ ନହୁଏ ସେଥିପାଇଁ ସରକାର ଯନ୍ତ୍ରବାନ ଅଛନ୍ତି।  କରୋନା ଭଳି ମହାମାରୀ ସମୟରେ କୃଷି କର୍ମଚାରୀ ନିଜର କାର୍ଯ୍ୟ ଜାରି ରଖିଛନ୍ତି। କରୋନାର ଦ୍ୱିତୀୟ ଲହରରେ ଗାଁରୁ ଗାଁକୁ ମହମାରୀ ବ୍ୟାପୁଥିବାବେଳେ ଏଭଲି ଘଡିସନ୍ଧି ମୂହୁର୍ତରେ କୃଷି କର୍ମଚାରୀମାନେ ନିଜର ଦାୟିତ୍ୱ କର୍ତ୍ତବ୍ୟ ନିର୍ଭୀକଭାବେ ତୁଳାଉଥିବା ଦେଖୀବାକୁ ମିଳୁଛି। ଏଥିପ୍ରତି ରାଜ୍ୟସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କୃଷି କର୍ମଚାରୀଙ୍କୁ ସମ୍ମୁଖ କରୋନା ଯୋଦ୍ଧା ତାଲିକାରେ ସାମିଲ କରାଯିବା ସହିତ ଅଗ୍ରାଧିକାର ଭିତିରେ ସେମାନଙ୍କୁ କରୋନା ଟୀକାକରଣ କରିବା ପାଇଁ କର୍ମଚାରୀ ମହଲରୁ ଦାବି ହେଉଛି।
କରୋନା ଭଳି ରାଜ୍ୟ ବିପତି ସମୟରେ ସ୍ୱାସ୍ଥ୍ୟ କର୍ମୀ, ପୁଲିସ ବାହିନୀ, ଅଗ୍ନିଶମ ବାହିନୀ, ପ୍ରଶାସନିକ କର୍ମଚାରୀ,କାର୍ଯ୍ୟରତ ସାମ୍ବାଦିକ,ବନ ବିଭାଗ କର୍ମଚାରୀ,,ପଶୁବିଭାଗ କର୍ମଚାରୀ,ବ୍ୟାଙ୍କ କର୍ମଚାରୀ,ଜୀବନବୀମା କର୍ମଚାରୀମାନଙ୍କୁ ସରକାର ଜରୁରୀ ସେବାରେ ସାମିଲ କରିବା ସହିତ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିସାରିଛନ୍ତି। କୃଷି କର୍ମଚାରୀଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା ପାଇଁ ଦାବି କରାଯାଉଛି।

Comments are closed.