ବୌଦ୍ଧ ଜିଲାରେ ଦେଖାଦେଲା ବିରଳ ପ୍ରଜାତି ପେଚା

ହରଭଙ୍ଗା: ରବିବାର ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମରେ ଏକ ବିରଳ ପ୍ରଜାତିର ଚଢ଼େଇ ଦେଖାଦେଇଛି। ଗ୍ରାମାବସୀଙ୍କଠାରୁ ଖବର ପାଇ ଚାରିଛକ ବନପାଳ ଏହି ବିରଳ ପ୍ରଜାତିର ପେଚାକୁ ଉଦ୍ଧାର କରିଥିଲେ ଏବଂ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
ମିଳିଥିବା ସୁଚନା ଅନୁଯାୟୀ ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମର ଯୋଗେନ୍ଦ୍ର କହଁରଙ୍କ ଘର ଅଗଣାରେ ଆଜି ସକାଳେ ଏକ ବିରଳ ପ୍ରଜାତିର ପେଚା ବସିଥିବା ଦେଖିବାକୁ ମିଳିଥିଲା। ଏହି ବିରଳ ପ୍ରଜାତିର ପେଚା ଦେଖିବା ପାଇଁ ଯୋଗେନ୍ଦ୍ରଙ୍କ ଘରେ ଭିଡ଼ ଜମିଥିଲା। ପେଚାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେବା ପାଇଁ କିଛି ଗ୍ରାମବସୀ ଚାରିଛକ ବନପାଳଙ୍କୁ ଖବର ଦେଇଥିଲେ। ଖବର ପାଇ ଚାରିଛକ ବନପାଳ ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମରେ ପହଞ୍ଚି ଯୋଗେନ୍ଦ୍ରଙ୍କ ଅଗଣାରୁ ଏହି ବିରଳ ପ୍ରଜାତିର ପେଚାକୁ ଉଦ୍ଧାର କରିଥିଲେ। ଏହାପରେ ଚାରିଛକ ବନପାଳ ଏହି ବିରଳ ପ୍ରଜାତିର  ପେଚାକୁ  ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି।

Comments are closed.