କାରକୁ ଧକ୍କା ଦେଲା କାର, ଅଳ୍ପକେ ବର୍ତିଲେ ଦୋକାନୀ

ହରଭଙ୍ଗା :ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ କଲେଜ ଛକ ନିକଟରେ ଆଜି ସନ୍ଧ୍ୟାରେ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ଏକ କାରକୁ ଅନ୍ୟ ଏକ କାର ଧକ୍କା ଦେବାରୁ ଦୋକାନି ଜଣଙ୍କ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ପୁରୁଣାକଟକ କଲେଜ ଛକ ଆଦିକନ୍ଦ ସିନାରୀ ନାମକ ଏକ ଫର୍ନିଚର ଦୋକାନ ସମ୍ମୁଖରେ ହରଭଙ୍ଗା ତହସିଲର ସୁପରଫାଇଜର ନିଷିକାନ୍ତ ମେହେରଙ୍କ କାର ନମ୍ବର ଓଡ଼ି ୨୭ ୬୬୬୬ ଗାଡି ଠିଆ ହୋଇଥିଲା ।ଚାରିଛକ ପଟୁ ଆସୁଥିବା ଅନ୍ୟ ଏକ କାର ତାଙ୍କ କାରକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିଲା ଦୁର୍ଘଟଣା ଘଟାଇ କାରଟି ଘଟଣାସ୍ଥଳରୁ ଫେରାର ହୋଇଯାଉଥିବ ସମୟରେ ପୁରୁଣାକଟକ ପୁଲିସ କାରକୁ ସ୍ୱାଦିଷ୍ଟ ଢ଼ାବା ନିକଟରୁ ଧରି ଥାନାକୁ ନେଇଥିବା ଜଣାପଡିଛି।ଦୁର୍ଘଟଣାରେ କାହାର କ୍ଷତି ଘଟି ନଥିବା ମଧ୍ୟ ଜଣାପଡ଼ିଛି ।ପୁରୁଣାକଟକ ପୁଲିସ ଘଟଣା ର ତଦନ୍ତ ଚଳେଇଛି।

Comments are closed.