ହରଭଙ୍ଗାରେ କରୋନାର ବିସ୍ଫୋରକ ସ୍ଥିତି, ଗୋଟିଏ ଦିନରେ ୨୭ ଆକ୍ରାନ୍ତ

ହରଭଙ୍ଗା;ହରଭଙ୍ଗା ବ୍ଲକରେ କରୋନା ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ଗୋଟିଏ ଦିନରେ ବ୍ଲକରୁ ୨୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ କରୋନା ସଂକ୍ରମିତ ସଂଖ୍ୟା ୬୫ରେ ପହଞ୍ଚିଛି। ଆଜିର ଆକ୍ରାନ୍ତ ତାଲିକାରେ ବ୍ଲକର ସାମ୍ପୋଚ ପଞ୍ଚାୟତରୁ ୫ଜଣ, ତଳଗାଁ ପଞ୍ଚାୟତରୁ ୪ଜଣ, ହରଭଙ୍ଗା ପଞ୍ଚାୟତରୁ ୩ଜଣ, ପୁରୁଣାକଟକରୁ ୨ଜଣ, ଚାରିଛକରୁ ୨ଜଣ, ଧଳପୁରରୁ ୨ଜଣ, ତିଲେଶ୍ୱରରୁ ୨ଜଣ, ନାରାୟଣପୁର ୨ଜଣ, ସରସରାରୁ ଜଣେ, ବାମଣ୍ଡାରୁ ଜଣେ, କୁଶଙ୍ଗରୁ ଜଣେ , ଅତଲସରାରୁ ଜଣେ, ଶ୍ୟାମସୁନ୍ଦରପୁରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ବ୍ଲକର ଗ୍ରାମାଞ୍ଚଳ ପଞ୍ଚାୟତରେ ମହାମାରୀ କରୋନା କାୟାବିସ୍ତାର କରିଚାଲିଛି।

 

ଫଳରେ ଏହା ସାଧାରଣ ଲୋକଙ୍କ ମନରେ ଭୟରବାତାବରଣ ସୃଷ୍ଟି କରୁଛି। ସଂକ୍ରମିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯାଉନଥିବାରୁ ଦିନକୁ ଦିନ ଗ୍ରାମାଞ୍ଚଳ ସ୍ଥିତି ବିଗିଡିବାକୁ ବସିଛି। ଏଥିପ୍ରତି ଜିଲାପାଳ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Comments are closed.