ସାମାନ୍ୟ ବଚସାରୁ ଗୁଳିକାଣ୍ଡ, ଯୁବକ ଗୁରୁତର

ଅଭିଯୁକ୍ତ ଫେରାର, ବନ୍ଧୁକ ଜବତ

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ବାହାଲି ଗ୍ରାମରେ ଶନିବାର ରାତିରେ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ଅଭୟ ଯାନୀଙ୍କ ଗୁଳିମାଡରେ ଗଣେଶ ବଘାର (୨୮) ନାମକ ଜଣେ ଯୁବକ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ଗୁରୁତର ଯୁବକ ଜଣଙ୍କୁ ବୌଦ୍ଧ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ପୁଲିସ ସୂଚନା ଦେଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ବାହାଲିଗ୍ରାମର ହରିଜନ ସାହିକୁ ଅଭୟ ଯାନୀ ନିଶାସକ୍ତ ଅବସ୍ଥାରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ଅଭୟ ଯାନୀଙ୍କ ଗାଳି ଗୁଲଜକରୁଥିବା ଶୁଣି ଗଣେଶ ବଘାର ତାକୁ ପାଟିତୁଣ୍ଡ କରିବାକୁ ବାରଣ କରିଥିଲା।ଫଳରେ ଉଭୟଙ୍କ ମଧ୍ୟରେ ବଚସା ପରେ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍ୟକ୍ତ ହୋଇ ଅଭୟ ଯାନୀ ଏକ ଦେଶୀ ବନ୍ଧୁକରେ ଗଣେଶଙ୍କ ଉପରକୁ ଗୁଳିମାଡ କରିଥିଲା। ଗଣେଷଙ୍କ ପେଟ, ଜଘଂ, ଅଣ୍ଟା ଭଳି ଚାରି ୬ ସ୍ଥାନରେ ଗୁଳି ବାଜି କ୍ଷତାକ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଥିବା ଜଣାପଡିଛି।


ଗଣେଶଙ୍କ ସାନ ଭାଇ ବଚନ ବଘାର ରବିବାର ପୁରୁଣାକଟକ ଥାନାରେ ଏ ସଂର୍ପକରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଏତଲା ଆଧାରରେ ପୁରୁଣାକଟକ ପୁଲିସ ୧୯/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଏହି ମାମଲାରେ ପୁରୁଣାକଟକ ପୁଲିସ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବାବେଳେ ଅଭିଯୁକ୍ତ ଅଭୟ ଯାନୀ ଫେରାର ଥିବା ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି।

Comments are closed.