ଡିଜେଲ ଓ ପେଟ୍ରୋଳ ଦର ବୃଦ୍ଧି ପ୍ରତିବାଦରେ ହରଭଙ୍ଗା ବନ୍ଦ, ସାଧାରଣ ଜନଜୀବନ ପ୍ରଭାବିତ

ହରଭଙ୍ଗା: ଡିଜେଲ ଓ ପେଟ୍ରୋଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଆ ବନ୍ଦ ଡାକରା ଦିଆଯାଇଥିଲା। ଆଜି ସକାଳ ୭ଟାରୁ ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି କାହ୍ନୁଚରଣ ନାଥଙ୍କ ନେତୃ୍ତ୍ୱରେ ଚାରିଛକ, ପୁରୁଣାକଟକ, ମାଧପୁର ଭଳି ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ। ଆଜିର ବନ୍ଦ ପାଳନ ସମୟରେ ଜରୁରୀ ସେବା ଓ ବିବାହ ଯାନବାହାନକୁ ଏଥିରୁ ବାଦ୍ ଦିଆଯାଇଥିଲା। ମାତ୍ର ଚାରିଛକରେ ଏକ ବାହାଘରିଆ ବସ ସହିତ କାର ଗାଡିକୁ ଅଟକାଇବାରୁ ସେଠାରେ କିଛି ସମୟ ଚାପା ଉତେଜନା ଦେଖାଦେଇଥିଲା। ମୋଟାମୋଟି ଭାବେ ବନ୍ଦପାଳନ ଶାନ୍ତିପୂର୍ଣ୍ଣ ଥିଲା। ବନ୍ଦ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା।

Comments are closed.