ନାବାଳିକା ଅନ୍ତଃସତ୍ୱା, ନାବାଳକ ନାଁରେ ଦୁଷ୍କର୍ମ ଅଭିଯୋଗ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ଜଣେ ୧୫ବର୍ଷିୟା ନାବାଳିକା ଅନ୍ତଃସତ୍ୱା ହେବାଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୭ବର୍ଷ ନାବାଳକ ଏଭଳି ଦୁଷ୍କର୍ମ କାର୍ଯ୍ୟ କରିଥିବା ନେଇ ପିଡୀତା ପରିବାର ପକ୍ଷରୁ ପୁରୁଣାକଟକ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତିକରି ପୁରୁଣାକଟକ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁକରି ଅଭିଯୁକ୍ତ ନାବାଳକକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁରୁଣାକଟକ ଥାନା ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ସମୟରେ ଜଣେ ନାବାଳକ ସହିତ ଜଣେ ନାବାଳିକା ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲ। ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଝିଅର ହାବଭାବ ଦେଖି ସନ୍ଦେହରେ ତାର ମାଆ ପଚରାଉଚରା କରିବାରୁ ସେ ସବୁକଥା କହିଥିଲା। ପରିବାର ଲୋକେ ଏ କଥା ଜାଣିବା ପରେ ପୁରୁଣାକଟକ ଥାନାରେ ଅଭିଯୁକ୍ତ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ପୁରୁଣାକଟକ ପୁଲିସ ଥାନା କେଶ ନଂ ୧୨/୨୧ରେ ଏକ ଦୁଷ୍କର୍ମ ମାମଲା ରୁଜୁକରି ଦଫା ୩୭୬(୩),(୨)(ଏନ)୪୧୭ ଆଇ.ପି.ସି ,ଆର/ଡବ୍ଲ୍ୟୁ ସହିତ ପୋସ୍କୋ ଆକ୍ଟ ଦଫା(୪) ଏବଂ (୬)ରେ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳିକାକୁ ଧରିବା ପାଇଁ ଉଦ୍ୟମ ଚଳାଇଛି।ଅନ୍ୟପଟେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ନାବାଳିକାକୁ ହାଜର କରାଯାଇଛି। ଏହାସହିତ ପୀଡିତାର ଡାକ୍ତର ମାଇନା ସାଙ୍ଗକୁ ବିଚାରପର୍ତିଙ୍କ ନିକଟରେ ବୟାନ ରେକର୍ଡ କରାଯାଇଥିବା ପୁରୁଣାକଟକ ଆଇ.ଆଇ.ସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ନାବାଳକ ଫେରାରଥିବା ବେଳେ ତାକୁ ଧରିବା ପାଇଁ ପୁଲିସର ଉଦ୍ୟମ ଜାରି ରହିଥିବା ବୌଦ୍ଧ ଏସଡିପିଓ ସାଲେଷ୍ଟିନ ଟୀଗା ସୂଚନା ଦେଇଛନ୍ତି।

Comments are closed.