ଅବକାରୀ ବିଭାଗର ଚଢାଉ, ୫ କ୍ୱିଣ୍ଟାଲ ମହୁଲ ପୋଚ ଜବତ

ହରଭଙ୍ଗା: ବୌଦ୍ଧ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶରେ ହରଭଙ୍ଗା ବ୍ଲକର ମଥୁରା କୋଡାସହିରେ ଅବକାରୀ ବିଭାଗ ଶୁକ୍ରବାର ଚଢଉ କରି ୫ କ୍ୱିଣ୍ଟାଲ ୪ଶହ ଗ୍ରାମ ମହୁଲ ପୋଚ ସହିତ ମଦ ପ୍ରସ୍ତୁତ ସାମଗ୍ରୀ ଡେକଚି ,ପ୍ଲାଷ୍ଟିକ ଡ୍ରମ ଆଦି ଜବତ କରିଥିବା ଜଣାପଡ଼ିଛି। ଏଥିରେ କାହାକୁ ଗିରଫ କରାଯାଇ ନ ଥିବା ଜଣାପଡ଼ିଛି। ମଥୁରା କୋଡା ସାହିରେ ଚୋରା ମଦ ରନ୍ଧା ସଂର୍ପକରେ ଖବର ପାଇ ଅବକାରୀ ବିଭାଗ ଅଚାନକ ଚଢଉ କରିଥିଲା। ଚଢଉ ସମୟରେ କ୍ଷେତ ଭିତରେ ଜରି ବସ୍ତାରେ ଲୁଚାହୋଇ ରଖାଯାଇଥିବା ବିପୁଳ ପରିମାଣର ମହୁଲ ପୋଚକୁ ଜବତ କରି ନଷ୍ଟ କରିବା ସହିତ ମଦ ପ୍ରସ୍ତୁତ ସାମଗ୍ରୀଗୁଡିକୁ ଜବତ କରିଥିବା ଜଣାପଡ଼ିଛି। ଆଜି ଚଢଉ ବେଳେ ବୌଦ୍ଧ ଅବକାରୀ ଇନିସପେକ୍ଟର ବିଜୟ କୁମାର ଧାରୁଆ, ହରଭଙ୍ଗା ଅବକାରୀ ଇନିସପେକ୍ଟର ରମେଶ ମହାନ୍ତି ପ୍ରମୁଖ ସାମିଲ ଥିଲେ।

 

Comments are closed.