ନାଏକପଡା ଗୁମ୍ଫା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ପଂଚାୟତ ଅର୍ନ୍ତଗତ ପାତାଳି ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଗୁରୁବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଭୂମିପୂଜନ କରିଥିବା ଜଣାପଡିଛି। ଗୁମ୍ଫା ତଳେ ଥିବା ୫୦ ଏକର ଜମିରେ ପର୍ଯ୍ୟଟନୀସ୍ଥଳୀର ସୌନ୍ଦଯ୍ୟ ବୃଦ୍ଧି ପାଇଁ ଏକ ଠେକୁଆ ପାର୍କ, ବଟରଫ୍ଲାଏ ଗାର୍ଡେନ, ମସ୍ତ୍ର୍ୟ ଗାର୍ଡେନ, ଲିଲି ପୁଲ, ରୁରାଲ ପାର୍କ, କମ୍ୟୁନିଟି ପାଈଖାନା ଓ ଦୋକାନ ନିର୍ମାଣ ପାଇଁ ସ୍ଥିର କରାଯାଇଛି।

ପଂଚାୟତ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟବରାଦରେ ଗୋଟିଏ ନୂତନ ପୋଖରୀ ସହିତ ଗୁମ୍ଫା ଉପରକୁ ଯିବାପାଇଁ ୧୦ ଲକ୍ଷ ଟଙ୍କାରେ ରାସ୍ତା ନିର୍ମାଣ କରାଯିବ ବୋଲି ସ୍ଥିର କରାଯାଇଛି। ଆଜି ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ବୌଦ୍ଧ ପି.ଡି ବବିତା ରାଣୀ ଦଳବେହେରା, ହରଭଙ୍ଗା ବିଡିଓ ନୀଳକ୍‍ଣ୍ଠ ବେହେରା, ବ୍ଲକ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ, କନିଷ୍ଠ ଯନ୍ତ୍ରୀ ପ୍ରଣବ ବେହେରା, ବାମଣ୍ଡା ସଂରପଚ ଲଳିତ ଥାଟ୍ଟୀ, ସମିତି ସଭ୍ୟ ଅମ୍ଲାନ ଜ୍ୟୋତି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.