ହରଭଙ୍ଗାରେ କାଳବୈଶାଖୀ, ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି

ହରଭଙ୍ଗା: ଗତକାଲି ବିଳମ୍ବିତ ରାତିରେ କାଳ ବୈଶାଖୀ ପ୍ରଭାବରେ ହରଭଙ୍ଗା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ବଡବଡ ଗଛ ଭାଙ୍ଗିଛି ତ କେଉଁଠି ଇଲେକ୍ଟ୍ରି ପୋଲ ଉପୁଡି ବିଦ୍ୟୁତ ସରବରାହ ବନ୍ଦ ହୋଇଛି। ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ କାଳବୈଶାଖୀ ପ୍ରଭାବରେ ଦୁଇଟି ବଡ଼ ଗଛ, ସୋଲାର ଲାଇଟି ଖୁଣ୍ଟ, ଇଲେକ୍ଟ୍ରି ପୋଲ ଉପୁଡି ଯାଇଥିଲା। ଆଜି ସକାଳୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଛ କଟାଯାଇ ଥିବା ଜଣାପଡିଛି। କିନ୍ତୁ ୨୪ଘଣ୍ଟା ପରେ ମଧ୍ୟ ବିଦ୍ୟୁତ ଠିକ ହୋଇନଥିବା ବେଳେ ଜଗନ୍ନାଥ ମନ୍ଦିର ସାହି ଅନ୍ଧାରରେ ଥିବା ଜଣାପଡିଛି।

Comments are closed.