ସମାଜର କଲ୍ୟାଣ ସାଧନରେ ବେଦ ବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ – ଜଷ୍ଟିସ୍‌‌ ଚୌଧୁରୀ

କେନ୍ଦୁଝରଗଡ଼: ପୁରୁଣାବଜାର ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପରିସରରେ ନବନିର୍ମିିତ ନୂତନ ପାରାୟଣ ମଣ୍ଡପକୁ ରବିବାର ପୂର୍ବାହ୍ନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ରାଜ୍ୟ ଖାଉଟି ଅଦାଲତ ସଭାପତି ଡ. ଡି.ପି. ଚୈଧୁରୀ ଓ ମହର୍ଷି ସାନ୍ଦିପନି ବେଦ ବିଦ୍ୟା ପ୍ରତିଷ୍ଠାନ ଉଜ୍ଜୟିନୀର ଉପସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ କରକମଳରେ ଶୁଭ ଉଦ୍‌‌ଘାଟିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତି ସଭାପତି କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ବିଚାରପତି ଡ.ଚୌଧୁରୀ ସମାଜର କଲ୍ୟାଣ ସାଧନରେ ବେଦ ବିଦ୍ୟାଳୟର ଭୂମିକା ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ବେଦ ଅଧ୍ୟୟନ ଦ୍ୱାରା ସମାଜର କଲ୍ୟାଣ ସାଧିତ ହୋଇପାରିଲେ ଏହି ଅନୁଷ୍ଠାନ ତା’ର ଲକ୍ଷ୍ୟ ସାଧନରେ ପହଞ୍ଚି ପାରିଛି ବୋଲି ପ୍ରମାଣିତ ହୋଇପାରିବ। ବିଭିନ୍ନ ଉଦାହରଣ ଛଳରେ ବେଦର କିଭଳି ଆଦିମ କାଳରୁ ବିଭିନ୍ନ ଦିଗ ସହ ପୁଙ୍ଖାନୁପୁଙ୍ଖ ଭାବେ ଜଡିତ ହୋଇରହିଛି ସେ ସମ୍ପର୍କରେ ମୁଖ୍ୟଅତିଥି ଡ.ଚୌଧୁରୀ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

ମହର୍ଷି ସାନ୍ଦିପନି ବେଦବିଦ୍ୟା ପ୍ରତିଷ୍ଠାନ ଉଜ୍ଜୟିନୀର ଉପସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବେଦ ବିଦ୍ୟାଳୟ କେନ୍ଦୁଝରର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଅବଗତ ଥିବାବେଳେ ଏହାର କିଭଳି ତ୍ୱରିତ ସମାଧାନ ସହ ଅନୁଷ୍ଠାନର ଉନ୍ନତି ସାଧିତ ହୋଇପାରିବ ସେ ଦିଗରେ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତି କାର୍ଯ୍ୟକାରୀ ସଦସ୍ୟ ମଦନମୋହନ ଦ୍ୱିବେଦୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭା ପ୍ରାରମ୍ଭରେ ବିଦ୍ୟାଳୟ ପରିଚାଳନା ସମିତି କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଆଇନଜୀବୀ ଚତୁର୍ଭୁଜ ହୋତା ସ୍ୱାଗତଭାଷଣ ଓ ଅତିôତ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ନିମାଇଁ ଚରଣ ଦାଶ ସମ୍ପାଦକୀୟ ବିବରଣୀ ପାଠ ଅବସରରେ ବହୁ ଘାତ ପ୍ରତିଘାତ ସହି ମୁଣ୍ଡ ଟେକି ଛିଡା ହୋଇଥିବା ବିଦ୍ୟାଳୟର ବହୁବିଧ ସମସ୍ୟା ସମ୍ପର୍କରେ ମଞ୍ଚାସୀନ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ପରିଚାଳନା ସମିତି କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସହଯୋଗର ହାତ ବଢ଼଼ାଇ ଆସିଥିବା ବଡବିଲସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ.ର କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ଚୌଧୁରୀ ପ୍ରଣବାନନ୍ଦ ଦାସ ଓ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ ଓ ସମ୍ପାଦକ ସୂର୍ଯ୍ୟ ନାରାୟଣ କରଙ୍କୁ ମୁଖ୍ୟଅତିଥି ବିଚାରପତି ଡ.ଚୌଧୁରୀ ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିିତ କରିଥିଲେ। ଏଥିସହ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀ ପଣ୍ଡା ମୁଖ୍ୟବକ୍ତା ପ୍ରଫେସର ମିଶ୍ର ଓ କାର୍ଯ୍ୟକାରୀ ସଭାପତି ଶ୍ରୀ ହୋତା ମୁଖ୍ୟଅତିଥି ବିଚାରପତି ଡ.ଚୌଧୁରୀଙ୍କୁ ମା’ତାରିଣୀଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିିତ କରିଥିବା ବେଳେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ନିତ୍ୟାନନ୍ଦ ମିଶ୍ର, ବଳଦେବଜୀଉ ମନ୍ଦିର ବଡପଣ୍ଡା ରାଜକିଶୋର ପଣ୍ଡା, ପରିଚାଳନା ସମିତି ସହସମ୍ପାଦକ ଇଂ ହରମୋହନ ପଟ୍ଟନାୟକ, ପରିଚାଳନା ସମିତି ସଦସ୍ୟ ଇଂ ଶଶିଭୂଷଣ ଦାସଙ୍କୁ ମୁଖ୍ୟବକ୍ତା ପ୍ରଫେସର ଶ୍ରୀ ମିଶ୍ର ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବୈଦିକ ରିତିରେ ବିଶ୍ୱଶାନ୍ତି କଲ୍ୟାଣ ଉଦେଶ୍ୟରେ ବିଦ୍ୟାଳୟର ସମସ୍ତ ଗୁରୁଜୀଙ୍କ ବୈଦିକ ମନ୍ତ୍ରଦ୍ୱାରା ଶନିବାର ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ଯଜ୍ଞ ରବିବାର ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତି ଉପସଭାପତି ଇଂ ବସନ୍ତ କୁମାର ଦାନୀ, ସହସମ୍ପାଦକ କଳାକାହ୍ନୁ କର, କାର୍ଯ୍ୟକାରୀ ସଦସ୍ୟ ଜ୍ଞାନରଞ୍ଜନ ମିଶ୍ର, ପ୍ରଶାନ୍ତ କୁମାର ସାହୁ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ପରିସର କେନ୍ଦୁଝରର ସଂସ୍କୃତ ବିଭାଗ ମୁଖ୍ୟ ପ୍ରଫେସର ହିରାଲାଲ ଦାଶ, ବିଶିଷ୍ଟ ଶିକ୍ଷାବିତ୍‌‌ ସଞ୍ଜୟବସନ୍ତ ଚକ୍ର ଓ ତ୍ପ୍ରସନ୍ନ କୁମାର ରଥ, ଶୁଭେଛୁ ଚିତ୍ତରଞ୍ଜନ ପାତ୍ର, ବେଦ ବିଦ୍ୟାଳୟର ଅଧ୍ୟକ୍ଷ ଶେଷଦେବ ପାଣିଗ୍ରାହୀ, ଆଚାର୍ଯ୍ୟ ଡ.ବିଜୟ କୁମାର ପାଟ୍ଟଯୋଶୀ, ପଣ୍ଡିତ ଆଶୁତୋଷ ମିଶ୍ର, ପଣ୍ଡିତ ସୁଶାନ୍ତ କୁମାର ଆଚାର୍ଯ୍ୟ, ଆଚାର୍ଯ୍ୟ ରୋହିତ କୁମାର ଜେନା, ମିଲନ ପେରେଇଙ୍କ ସମେତ ସମସ୍ତ ଛାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.