ଇଣ୍ଡିଗୋ-କ୍ରେଟା ମୁହାଁମୁହିଁ ଧକ୍କା ୩ ଗୁରୁତର

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ରାଣିଗଞ୍ଜ ନିକଟରେ ଶନିବାର ଅପରାହ୍ନ ସମୟରେ ଏକ ଇଣ୍ଡିଗୋ କାର ସହ କ୍ରେଟା ଗାଡି ମୁହାଁମୁହିଁ ଧକ୍କାରେ ୩ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଏହି ଜାତୀୟ ରାଜପଥ ଦେଇ ଏକ ହୁଣ୍ଡାଇ କ୍ରେଟା ଗାଡି ନଂ ଓଡି-୩୧ଏଚ-୩୭୭୭ରେ ସୋନପୁର ଜିଲ୍ଲା ବୀରମହାରାଜପୁରରୁ ଗୋଟିଏ ପରିବାରର ୩ଜଣ ସଦସ୍ୟ ଭୁବନେଶ୍ୱର ଯାଉଥିଲେ। ବୀପରୀତ ଦିଗ ମାଧପୁର ପଟୁ କଳାହାଣ୍ଡି ଆଡକୁ ଯାଉଥିବା ଏକ ଇଣ୍ଡିଗୋ କାର ନଂ-ଓଡି ୦୮-ଜି-୧୦୦୨ଗାଡି ସହ ରାଣିଗଞ୍ଜ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା।ଫଳରେ ଇଣ୍ଡିଗୋ କାରରେ ଥିବା ୨ ଜଣ ଏବଂ କ୍ରେଟା ଗାଡିର ଆରତୀ ପଣ୍ଡା(୫୫) ନାମକ ଜଣେ ମହିଳା ୩ଜଣ ଗୁରୁତର ଆହାତ ହୋଇଥିଲେ। ଖବରପାଇ ଆଡେଣିଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଟିମ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବୌଦ୍ଧ ପଠାଯାଇଥିବା ଜଣାପଡିଛି। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Comments are closed.