ଅଗ୍ନିକାଣ୍ଡରେ ଜଳିଗଲା ତିନି ବଖରା ଘର

ହରଭଙ୍ଗା: ବୌଦ୍ଧ ଜିଲା ପୁରୁଣାକଟକ ଥାନା ତାଳପଦର ଗାଁରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟି ଗ୍ରାମର ରମେଶ ନାୟକଙ୍କ ତିନି ବଖରା ଘର ସହ ଆସବାବପତ୍ର ଜଳି ଭଷ୍ମୀଭୁତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସକାଳେ ରମେଶଙ୍କ ଘର ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସର୍ଟସର୍କିଟ ଘଟି ଘରେ ନିଆଁ ଲାଗିଯାଇଥିଲା। ଖବରପାଇ ଚାରିଛକ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିରେ ରମେଶଙ୍କ ଘର ସହ ଧାନ, ଚାଉଳ, ଡାଲି ଓ ଆସବାବପତ୍ର ଜଳି ନଷ୍ଟ ହୋଇ ଯାଇଥିଲା। ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ତାଙ୍କ ପ୍ରତି ସ୍ୱତନ୍ତ୍ର ଦ୍ୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Comments are closed.