ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ହରଭଙ୍ଗା ବ୍ଲକ ପରିଦର୍ଶନ 

ହରଭଙ୍ଗା: ଦୁଇଦିନିଆ ବୌଦ୍ଧ ଗସ୍ତରେ ଆସିଥିବା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓ ହରଭଙ୍ଗା ବ୍ଲକ ପରିଦର୍ଶନ କରିଛନ୍ତି । ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ହରଭଙ୍ଗା ବ୍ଲକରେ ପହଞ୍ଚି ବ୍ଲକ କାର୍ଯ୍ୟାଳୟରେ ସବୁ ସରକାରୀ ଯୋଜନାର ଗାଇଡଲାଇନ ସଠିକ୍‌ ଭାବେ ପାଳନ ହେଉଛି କି ନାହିଁ ସେ ସବୁର ରେକର୍ଡ ଯାଞ୍ଚ କରିଥିଲେ । ସରକାରୀ ଗାଇଡଲାଇନ ଅନୁସାରେ ସବୁ କରିବା ପାଇଁ ବି.ଡି.ଓ, ଯନ୍ତ୍ରୀ, ଏକାଉଂଟସ ଅଫିସର ଭଲି ଅନେକ କର୍ମଚାରୀଙ୍କୁ ତାଗିଦ୍‌ କରିଥିଲେ । ଦୀର୍ଘ ୪ଘଣ୍ଟା ଧରି ସବୁ ବିଭାଗର ଫାଇଲ ପତ୍ର ଯାଞ୍ଚ କରିଥିବା ଜଣାପଡିଛି । କମିଶନରଙ୍କ ଗସ୍ତ ସମୟରେ ତାଙ୍କ ସହିତ ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ, ହରଭଙ୍ଗା ବି.ଡି.ଓ ଶ୍ମିତା ରଥ, ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନ ୫ଟା ପରେ କମିଶନର ବ୍ଲକ ପରିଦର୍ଶନ ସାରି ବ୍ରହ୍ମପୁର ଫେରିଥିଲେ ।

Comments are closed.