ବୋଲେରୋ ସହ ମୃତ ବାରହା ଜବତ, ୩ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ମାଧପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମାଧପୁର ଛକ ନିକଟରୁ ଗତ ଶୁକ୍ରବାର ରାତିରେ ବିନବିଭାଗ ଚଢ଼ାଉ କରି ଏକ ବୋଲେରୋ ଗାଡି ସହ ଏକ ମୃତ ବାରହା ଜବତ କରିଥିବା ଜଣାପଡିଛି। ଏହି ଘଟଣାରେ ବନବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗ କାଲି ରାତିରେ ମାଧପୁର ଫରେଷ୍ଟ ରେଞ୍ଜ ଅଞ୍ଚଳରୁ କନ୍ଧମାଳ ଅଞ୍ଚଳକୁ ଏକ ବୋଲେରୋ ଗାଡି ଯୋଗେ ଏକ ମୃତ ବାରହା ବିବାହ ଭୋଜି ପାଇଁ ଚାଲାଣ ହେଉଥିବା ଖବର ପାଇ ବନବିଭାଗ ଚଢ଼ାଉ କରି ଏହି ଘଟଣା ରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତ ବଳରାମ ରଣା, ଦିଲ୍ଲୀପ ସାହୁ ଏବଂ ଆରତ କହ୍ନରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତ ବାରହାର ଓଜନ ୭୦ କେଜି ହେବ ବୋଲି ସୂଚନା ମିଳିଛି। ଚଢ଼ାଉରେ ମାଧପୁର ଫରେଷ୍ଟର ରମାକାନ୍ତ କହ୍ନର, ବନରକ୍ଷୀ ସୁନୀଲ କ୍ଷେତ୍ତି, ଦୀପକ ପ୍ରଧାନ, ସୁବଳ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Comments are closed.