ପକ୍ଷାଘାତ ରୋଗୀଙ୍କୁ ବି.ଡି.ଓଙ୍କ ସହାୟତା

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବନ୍ଧାପଥର ପଞ୍ଚାୟତ ଅର୍ନ୍ତଗତ ଗୁଡପଡା ଗ୍ରାମର ଅସହାୟ ପକ୍ଷପାତ ରୋଗୀ ହିମାଂଶୁ ବେହେରାଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ସୋମବାର ବି.ଡି,ଓ ପ୍ରଦାନ କରିଥିବା ଜଣାପଡିଛି। ପ୍ରକାଶ ଯେ ଗୁଡପଡା ଗ୍ରାମର ହିମାଂଶୁ ବେହେରା ଦୀର୍ଘଦିନହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଘରେ ପଡିରହିଛନ୍ତି। ଏ ବିଷୟରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ଖବର ପାଇ ତାଙ୍କ ଘରେ ପଂହଚି ତାଙ୍କର ଦୁର୍ବୀସହ ଅବସ୍ଥା ନିଜ ଆଖିରେ ଦେଖିଥିଲେ। ଏ ବାବଦରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଜଣାଇବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ଦଶହଜାର ଟଙ୍କା ଆଜି ପ୍ରଦାନ କରିଥିବା ସେ କହିଛନ୍ତି।

Comments are closed.