ଚାଷୀଙ୍କୁ ଶୋଷଣ ନେଇ କିଷାନ ସଂଘର ଦାବିପତ୍ର

ହରଭଙ୍ଗା; ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ହରଭଙ୍ଗା ବି.ଡି.ଓଙ୍କୁ ଦାବିପତ୍ର ଦେଲା କିଷାନ ସଂଘ । ଚଳିତବର୍ଷ ଖରିଫ ଧାନ ସଂଗ୍ରହ ସମୟରେ ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣ ସମ୍ପର୍କୀତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ମଣ୍ଡିରେ ଚାଷୀଙ୍କ ଧାନକୁ ୩କେଜିରୁ ୮କେଜି କଟନୀ କରାଯାଇ ଚାଷୀଙ୍କୁ ଶୋଷଣ କରାଯାଉଛି । ଏ ସର୍ମ୍ପକରେ ହରଭଙ୍ଗା ବ୍ଲକ କିଷାନ ସଂଘ ସଭାପତି ପ୍ରକାଶ କୁମାର ଦାସ ବି.ଡି.ଓ ସ୍ମିତା ରଥଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.