ହରଭଙ୍ଗା ବ୍ଲକରେ ୬ଟି ସୁସ୍ଥ ଓ ଆରୋଗ୍ୟ କେନ୍ଦ୍ରପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ହରଭଙ୍ଗା: ହରଭଙ୍ଗା ବ୍ଲକର ଛଅଗୋଟି ପଞ୍ଚାୟତରେ ନୂତନ ସୁସ୍ଥ ଓ ଆରୋଗ୍ୟ କନ୍ଦ୍ରେ ନିର୍ମାଣ ପାଇଁ ମଙ୍ଗଳବାର ବିଧାୟକ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ ହୋଇଛି। ଆଦର୍ଶ ଆଚରଣବିଦ୍ଧି ଲାଗୁହେବାର ମାତ୍ର ଦୁଇ ଘଣ୍ଟା ପୂର୍ବରୁ ବ୍ଲକ ପରିସରରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ଯୋଗଦାନ କରିଥିଲେ।ଅନ୍ୟତମ ଅତିଥିଭାବେ ହରଭଙ୍ଗା ବିଡିଓ ଶ୍ମିତା ରଥ,ହରଭଙ୍ଗା ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ, ବୌଦ୍ଧ ଏନଏଚଏମ ସହକାରୀ ଯନ୍ତ୍ରୀ ସୁଶାନ୍ତ ସାହୁ, ରାମଗଡ ସରପଞ୍ଚ ନରେଶ କୁମାର ସେଠୀ, ସାମ୍ପୋଚ ସରପଞ୍ଚ ଦୀଲ୍ଲିପ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।

 

ଛଅଗୋଟି ପଂଚାୟତମଧ୍ୟରୁ ହରେକୃଷ୍ଣପୁର, ମହାଲ୍ଲିକପଡା, ସାମ୍ପୋଚ, ରାମଗଡ, ତିଲେଶ୍ୱର, ବନ୍ଧାପଥରରେ ନୂତନ ଭାବେ ସୁସ୍ଥ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରାଯିବ। ଏଥିପାଇଁ ଟେଣ୍ଡର ପ୍ରକିୟା ଏବଂ ସତ୍ୟପାଠ ସରିଛି। ରାମଗଡ,ବନ୍ଧାପଥର,ତିଲେଶ୍ୱର,ସାମ୍ପୋଚରେ ୩୩ଲକ୍ଷଟଙ୍କା ଏବଂ ହରେକୃଷ୍ଣପୁର ଓ ମହାଲ୍ଲିକପଡାରେ ୨୭ଲକ୍ଷ ଟଙ୍କା ବ୍ୟୟବରାଦରେ ଏହାର ନିର୍ମାଣ କାର୍ଯ୍ୟ ହେବ ବୋଲି ସୂଚନା ମିଳିଛି।

Comments are closed.