ହରଭଙ୍ଗା-ଚାରିଛକ ପୂର୍ତ ବିଭାଗ ରାସ୍ତା ଅବସ୍ଥା ଶୋଚନୀୟ

ହରଭଙ୍ଗା: ସଂପ୍ରତି ହରଭଙ୍ଗା-ଚାରିଛକ ପୂର୍ତବିଭାଗ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତାର ଛତ୍ରଙ୍ଗ ମଣ୍ଡି, ଖରଭୁଇଁ ପୋଲ ତୁକୁଲୁଣ୍ଡା ଡାକବଙ୍ଗଳା, ବାଇଶିପଡା ପୋଲ ଆଦି ପାଖରେ ବଡ ବଡ ଗାତ ଯୋଗୁଁ ଏହା ଏବେ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଅନ୍ୟପଟେ ବର୍ଷାଦିନେ ଲୁହାଚକ ଲଗା ଟ୍ରାକ୍ଟର ଚଳାଚଳ ଯୋଗୁଁ ରାସ୍ତା ପ୍ରାୟ ସବୁ ସ୍ଥାନରେ ନଷ୍ଟ ହେବାକୁ ବସିଛି। ପ୍ରକାଶ ଯେ ଗତ ୨୦୧୫ ମସିହାରେ ହରଭଙ୍ଗା-ଚାରିଛକ ପୂର୍ତବିଭାଗ ନୂତନ ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର ନିର୍ମାଣର ସାତବର୍ଷ ପରେ ରାସ୍ତା ମରାମତି ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଏହି ରାସ୍ତା ଦେଇ ବର୍ତମାନ ବଡ ବଡ ଭାରିଯାନ ଚଳାଚଳ ହେଉଥିବା ବେଳେ ଦିନକୁ ଦିନ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି।ଏଥିପ୍ରତି ବିଭାଗୀୟ କତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ଉଠୁଛି।

Comments are closed.