ଛଟେଇ ଶିକ୍ଷକଙ୍କୁ ପୁନଃ ଥଇଥାନ ପାଇଁ ଜିଲାପାଳଙ୍କୁ ଦାବିପତ୍ର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ କାର୍ଯ୍ୟକରୁଥିବା ୩ଜଣ ଛଟେଇ ପୁରୁଷ ଶିକ୍ଷକଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ସୋମବାର ଶିକ୍ଷକ ସମୂହ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଥିବା ଜଣାପଡ଼ିଛି।

ଶିକ୍ଷକ ପ୍ରମିଳ କୁମାର ଗାଈଗୌରୀଆ , ସୁଦୀପ୍ତ କୁମାର ପଣ୍ଡା, କମଳ ଲୋଚନ ନାୟକ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ସେମାନେ ଦୀର୍ଘ ୧୧ବର୍ଷହେଲା ପୁରୁଣାକଟକ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ଶିକ୍ଷକ ଭାବେ ସ୍ୱଳ୍ପ ଦରମାରେ କାର୍ଯ୍ୟକରୁଥିଲେ। ଦୀର୍ଘ ୧୧ବର୍ଷ ହଲୋ ସ୍ୱଳ୍ପ ଦରମାରେ କାର୍ଯ୍ୟକରିବା ପରେ ବାଳିକା ବିଦ୍ୟାଳୟରେ ପୁରୁଷ ଶିକ୍ଷକଙ୍କୁ ଛଟେଇ ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ନିଷ୍ପତି ନେଲା। ମାତ୍ର ସେମାନଙ୍କୁ ଅନ୍ୟତ୍ର ଥଇଥାନ ବଦଳରେ ଗତ ୧ଅଗଷ୍ଟ୨୦୧୯ରେ ତାଙ୍କୁ କୌଣସି କାରଣ ନ ଥାଇ ଚାକିରିରୁ ବହିସ୍କୃତ କଲେ। ଫଳରେ ସେମାନେ ଗତ ଏକ ବର୍ଷହେଲା ଚାକିରି ହରାଇବା ସହିତ ୧୧ବର୍ଷର ମୂଲ୍ୟବାନ ସମୟ ଚାକିରିରେ ଦେବାପରେ ବର୍ତମାନ କୌଣସି ଉପାୟ ନ ପାଇ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଫଳରେ ତାଙ୍କର କଥାକୁ ସୁବିଚାର କରି ଅନ୍ୟତ୍ର ଥଇଥାନ କରିବାକୁ ସେମାନେ ଦାବିପତ୍ରରେ ଦର୍ଶାଇଛନ୍ତି। ଏ ଦିଗରେ ରାଜ୍ୟସରକାର ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ଉଠୁଛି।

Comments are closed.