ବ୍ଲକସ୍ତରୀୟ ଚୟନ ଓ ପରାମର୍ଶ ଶିବିର

ହରଭଙ୍ଗା: ଓରମାସ ଏବଂ ଓଡିଶାଜୀବିକା ମିଶନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ବ୍ଲକସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ପି.ଡି ଅଶ୍ୱିନୀ ମେହେର, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ହରଭଙ୍ଗା ବି.ଡି.ଓ ଶ୍ମିତାରାଣୀ ରଥ ପ୍ରମୁଖ ମଂଚାସୀନ ଥିଲେ। ଏହି ଶିବିରରେ ୨୦୧ଜଣ ଅଂଶଗ୍ରହଣ କରିଥିଲେ।ସେଥିରୁ ଦକ୍ଷତା ଅନୁଯାୟୀ ୮୧ଜଣଙ୍କୁ, ଏସଏମଓ, ଇଲେକ୍ଟ୍ରିସିଆନ, ଜିଡିଏ, ପ୍ଲମ୍ବର ଭଳି ବିଭିନ୍ନ ବର୍ଗରେ ଚୟନ କରାଯାଇଥିଲା। ଏଥିରେ ଓଡିଶା ଜୀବିକା ମିଶନର ବ୍ଲକ ପ୍ରୋଗାମ ଅଫିସର ବେଣୁଧର ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।

Comments are closed.