୫ଟି ନିର୍ମାଣ କାର୍ଯ୍ୟ ପାଇଁ ଚାରିଛକ ହାଇସ୍କୁଲରେ ଭୂମିପୂଜନ

ହରଭଙ୍ଗା:ହରଭଙ୍ଗାବ୍ଲକ ସଦରମହକୁମାରେଥିବା ଚାରିଛକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୫ଟିରେ ସାମିଲ ହୋଇଛି। ଏହାର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ପାଇଁ ପରିଚାଳନା କମିଟିର ସଭାପତି ଶ୍ରୀବନ୍ତ ମେହେରଙ୍କ ସଭାପତିତ୍ୱରେ ବିଦ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ବିଡିଓ ସୁଶ୍ରୀ ସ୍ମିତା ରଥ,ସହକାରୀ ଯନ୍ତ୍ରୀ ଅର୍ଜୁନ ଗଡନାୟକ, ଉପଦେଷ୍ଟା ତଥା ବରିଷ୍ଠ ନାଗରିକ ସଭାପତି ରମେଶ ଚନ୍ଦ୍ର ଜେନା, ଉପସଭାପତି ବିଦ୍ୟାଳୟର ଶିକ୍ଷକ ବିଶ୍ୱନାଥ ସାହୁ, ପଙ୍କଜ ସାହୁ, ପ୍ରଦୀପ କୁମା ରାଜ, ଶ୍ରୀମତି ବିମଳା ନାୟକ, ଆଲୁମିନି କମିଟିର ସଭାପତି ଦାଶରଥୀ ପ୍ରଧାନ, ଶ୍ରୀଧର ପ୍ରଧାନ, ପବିତ୍ର ମହୋନ ଭୋକ୍ତା, ନାରାୟଣ ଭୋକ୍ତା, ଜିତେନ୍ଦ୍ର ଦାସ, ପ୍ରଦୀପ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉ କି ଗତକାଲି ଧଳପୁର ହାଇସ୍କୁଲ ୫ଟି ନିର୍ମାଣ କାର୍ଯ୍ୟ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଦ୍ୱିତୀୟ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକର ୧୧ଟି ହାଇସ୍କୁଲ ୫ଟିରେ ସାମିଲ ହୋଇଛି। ଏହାକୁ ମିଶାଇ ବ୍ଲକରେ ୧୪ଟି ହାଇସ୍କୁଲ ୫ଟିରେ ସାମିଲ ହୋଇଥିବା ଜଣାପଡିଛି।

Comments are closed.