ତଳଗାଁରେ ବିଧାୟକଙ୍କ ଦ୍ୱାରା ଭତ୍ତା ଓ ଜଙ୍ଗଲ ଜମି ପଟ୍ଟା ବଂଟନ

ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ପଂଚାୟତ ତଳଗାଁ କଲ୍ୟାଣମଣ୍ଡପ ପ୍ରାଙ୍ଗଣରେ ଶନିବାର ଜଙ୍ଗଲ ଜମି ପଟ୍ଟା, ନୂତନ ଭତ୍ତା କାର୍ଡ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍‍ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କଲ୍ୟାଣ ମଣ୍ଡପ ଉଦଘାଟନ ସହ ୫୩ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୨୯ ଜଣ ହିତାଧିକାରୀଙ୍କୁ ନୂତନ ଭତାକାର୍ଡ ବଂଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ୯ନଂ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ପି.ଡି ଅଶ୍ୱିନୀ ମେହେର, ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର, ହରଭଙ୍ଗା ବି.ଡି.ଓ ଶ୍ମିତା ରଥ, ଅତରିକ୍ତ ତହସିଲଦାର ହରିଓମ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ।

Comments are closed.