ବସୁନ୍ଧରା ଯୋଜନାରେ ୨୯ ଜଣଙ୍କୁ ପଟ୍ଟା ବଣ୍ଟନ

ହରଭଙ୍ଗା: ହରଭଙ୍ଗା ତହସିଲ ପକ୍ଷରୁ ପୁରୁଣାକଟକ ରାଜସ୍ବ କାର୍ଯ୍ୟାଳୟ ପରିସରରେ ସୋମବାର ରାଜସ୍ବ ଶିବିର ସାଙ୍ଗକୁ ଏକ ପଟ୍ଟା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ବସୁନ୍ଧରା ଯୋଜନାରେ ୨୯ ଜଣଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲାପାଳ ବବିତାରାଣି ଦଲବେହେରା, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇ, ବୌଦ୍ଧ ଜିଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି, ପୁରୁଣାକଟକ ଆରଆଇ ନିଶିକାନ୍ତ ମେହେର ପ୍ରମୁଖ ଯୋଗ ଦେଇଥିଲେ।

Comments are closed.