ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ କମଳପୁର ଗାଁ ନିକଟସ୍ଥ ଜଙ୍ଗଲରୁ ପୁରୁଣାକଟକ ପୁଲିସ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମୃତଦେହଟି ସାଲକଟା ଗ୍ରାମର ସୁମନ୍ତ ନାଏକ (୩୩)ଙ୍କ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ସାତ ମାସ ତଳେ ସାଲକଟା ଗ୍ରାମର ସୁଦାମ ଦେହୁରୀଙ୍କ ପୁଅ ସୁମନ୍ତ ବିବାହ କରିଥିଲେ। ଗତ ୨ତାରିଖରୁ ସେ ନିଖୋଜଥିବା ପରିବାର ଲୋକେ ପୁରୁଣାକଟକ ଥାନାରେ ଅଭିଯୋଗ କରିଥିଲେ।

 

ଅଭିଯୋଗକୁ ଭିତ୍ତିକରି ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଚଳେଇଥିଲା। ରବିବାର ସକାଳେ ଉକ୍ତ ଜଙ୍ଗଲରେ ଛେଳି ଚରାଉଥିବା ସମୟରେ ଲୋକେ ଏକ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପରିବାର ଲୋକଙ୍କୁ ଡାକି ଚିହ୍ନଟ କରିଥିଲା। ଶେଷରେ ମୃତଦେହ ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲ ପଠଯାଇଛି। ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି। ପୁରୁଣାକଟକ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଜାରିରଖିଛି।

 

Comments are closed.