ପୁରୁଣା କଟକରେ ୩ ଦିନ ହେଲା ଜଳ ଯୋଗାଣ ଠପ୍‍

ହରଭଙ୍ଗା: ପମ୍ପ ଚାଳକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାର ଅଂଚଳରେ ୩ଦିନ ହେଲା ପାଇପ୍‍ ଜଳ ଯୋଗାଣ ଠପ୍‍ ହୋଇଯାଇଛି। ଫଳରେ ସ୍ଥାନୀୟ ବଜାରର ୭ଟି ଓାର୍ଡର ୫ହଜାର ଲୋକ ପିଇବା ପାଣିରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମତେ ପାଇପ ଜଳ ଯୋଗାଣ ଜରୀଆରେ ପୁରୁଣାକଟକ ବଜାରର ଭୈରବୀ ମନ୍ଦିର ଛକ, ବ୍ୟାଙ୍କ କଲୋନୀ ସାହି, ରଥ ସାହି, କଲେଜ ଛକ, ହନୁମାନ ସହି ଭଳି ପ୍ରତ୍ୟେକ ସାହିକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ମାତ୍ର ପମ୍ପ ଚାଳକଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ପିଇବା ଭଳି ଅତ୍ୟାବଶ୍ୟକ ସେବା ବନ୍ଦ ଯୋଗୁଁ ସ୍ଥାନୀୟ ଲୋକେ ପିଇବା ପାଣି ପାଇଁ ନାହିଁନଥିବା ହଇରାଣ ଭୋଗୁଛନ୍ତି। ତୁରନ୍ତ ଏ ଦିଗରେ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ବାସିନ୍ଦା ସତ୍ୟନାରାୟଣ ସାହୁ, ସୁନିଲ କୁମାର ଅଗ୍ରଓାଲା, ଦେବପ୍ରସାଦ ଦିକ୍ଷୀତ, ଘନଶ୍ୟାମ ମହାରଣା, ଶ୍ରୀଧର ବିଶ୍ୱାଳ, ଅଜିତ କୁମାର ଭୋଇ ଦାବୀ କରିଛନ୍ତି।

Comments are closed.