ଗରିବ ବିଶ୍ୱନାଥଙ୍କୁ ମିଳୁନି ଘର ,ଭଙ୍ଗା କୁଡିଆରେ ୫ଟି ଜୀବନ

ସରକାରୀ ଯୋଜନା ବାଟବଣା

ହରଭଙ୍ଗା: ସରକାର ଗରିବଙ୍କ କଲ୍ୟାଣ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଜନହିତକର ଯୋଜନା ତିଆରି କରିଛନ୍ତି। ମାତ୍ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଶାସନର ନାକତଳେ ସରକାରୀ ଯୋଜନାର ବାଟବଣା ଗରିବ କଲ୍ୟାଣକାରୀ ଯୋଜନାର ସଫଳତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।ସରକାରୀ କଳର ତ୍ରୁଟି ଯୋଗୁଁ ବ୍ଲକର ପୁରୁଣାକଟକ ବଜାର ଉପକଣ୍ଠ ତଳସାହି ବାସିନ୍ଦା ବିଶ୍ୱନାଥ ବେହେରା ଭଲି ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ପରିବାର ନୁଆଣିଆ ଝାଟିମାଟି ଚାଳଛପର ଘରେ ୫ ପ୍ରାଣୀ କୁଟୁମ୍ବକୁ ନେଇ ଏକ ଦୁର୍ବୀସହ ଜୀବନ କାଟୁଥିବା ଚିତ୍ର ଲକ୍ଷ୍ୟକଲେ ସରକାରୀ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠେ?

ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପୁରୁଣାକଟକ ତଳସାହିର ବାସିନ୍ଦା ବିଶ୍ୱନାଥ ବେହେରାଙ୍କ ପରିବାର କହିଲେ ପନ୍ତ୍ରୀ ଯାଜ୍ଞସିନୀ ବେହେରା ଏକ ମାତ୍ର ଝିଅ ଏବଂ ଦୁଇ ପୁଅକୁ ନେଇ ତାଙ୍କ ସଂସାରା। ଜମିବାଡି କିଛି ନଥିବାରୁ ପ୍ରତ୍ୟେକ ଦିନ ପୁରୁଣାକଟକ ବଜାରରେ ବିଶ୍ୱନାଥ ଦିନ ମଜୁରୀ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳିବା କଷ୍ଟକର ।ଏଣେ ପିଲାଙ୍କ ପାଠପଢା ଚିନ୍ତା।ଘରର ଆର୍ଥୀକ ଦୂରାବସ୍ଥା ଯୋଗୁଁ ଦୁଇ ପୁଅଙ୍କ ପାଠପଢା ଠପ୍ ଯୋଗୁଁ ସେମାନେ ବଳଦ ଚରାଉଥିବା କହନ୍ତି ବିଶ୍ୱନାଥ।ଏଭଳି କଷ୍ଟକର ଅବସ୍ଥାରେ ଜୀବନ କାଟୁଥିବା ବେଳେ ପଇସାପତ୍ର ଅଭାବରୁ ଘର ଛପର ନକରିପାରିବାରୁ ଚାଳରୁ ପାଣି ଗଳୁଛି। ମାଟି କାନ୍ଥଟି ନୁଆଁଣିଆ ହୋଇ ରହିଥିବାବେଳେ ଗୋଟିଏ ବଖରା ଘରେ ୫ ପ୍ରାଣୀ କୁଟୁମ୍ବ ଦୁର୍ବୀସହ ଜୀବନ କାଟୁଛନ୍ତି। ଏଭଳି ଅବସ୍ଥାରେ ଦିନକାଟୁଥିବା ଗରିବ ଖଟିଖିଆ ପରିବାର ପ୍ରତି ସରକାରୀ ସହାୟତା ସାତସପନ ହୋଇ ରହିବା ଘଟଣା ଉପରେ ସମାଜସେବୀ ସୁକାନ୍ତ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ତୁରନ୍ତ ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଦାବୀକରିଛନ୍ତି।

Comments are closed.