ହରଭଙ୍ଗା କଲେଜରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ତରଫରୁ ନବାଗତ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରିୟନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବିଭାଗ ମୁଖ୍ୟ ଅଧ୍ୟାପକ ରମେଶ ଚନ୍ଦ୍ର ତାରେଣିଆ ଯୋଗଦେଇ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ଓ ନମ୍ରତା ରକ୍ଷା କରିବା ଜଣେ ଶିକ୍ଷାର୍ଥୀର ଉତ୍ତମ ଗୁଣକୁ ବୁଝାଏ ବୋଲି ଉଦବୋଧନ ଦେଇଥିଲେ।

 

ସମ୍ମାନିତ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ହିମାଂଶୁ ଶେଖର ରାଉତ, ସୁଦାମ ଚରଣ ପୃଷ୍ଟି, ମନୋଜ କୁମାର ପ୍ରହରାଜ, ଲଳିତ କୁମାର ମହାପାତ୍ର ଓ ଅଧ୍ୟାପିକା ସସ୍ମିତା ହାଁସଦା ପ୍ରମୁଖ ଯୋଗ ଦେଇଥିଲେ। କଲେଜର ପୂର୍ବତନ ଛାତ୍ର ଓ ଯୁବ ସମାଜସେବୀ ସୁଧିର ଦୀପ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିବା ବେଳେ ଛାତ୍ର ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.