ଇଟା ତିଆରି ମେସିନ ବୋଝେଇ ଟ୍ରକ ଦୁର୍ଘଟଣା

ହରଭଙ୍ଗା:ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ମାର୍ଦ୍ଦୀଙ୍ଗ ନିକଟରେ ଶୁକ୍ରବାର ମଧ୍ୟାହ୍ନ ସମୟରେ ଏକ ଇଟା ତିଆରି ମେସିନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋଭାଗ୍ୟବଶତଃ ଗାଡି ଡ୍ରାଇଭର ଏବଂ ଖଲାସୀ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି।
ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଦେଇ ଏକ ଟ୍ରକ ନଂ-ଓଡି-୦୫ କ୍ୱ୍ୟୂୁ-୭୭୪୧ ଗାଡି ଇଟା ତିଆରି ମେସିନ ବୋଝେଇ ସାମଗ୍ରୀ ନେଇ ଖଡଗପୁରରୁ ପୁନେ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ମାର୍ଦ୍ଦିଙ୍ଗ୍ ନିକଟରେ ଏକ ବୁଲାଣି ରାସ୍ତା ଅତିକ୍ରମ କରୁଥିବା ସମୟରେ ସମ୍ମୁଖ ପଟୁ ଆସୁଥିବା କାର ସହିତ ମୁହାଁମୁହିଁ ଧକ୍କାରୁ ବର୍ତ୍ତିବା ପାଇଁ ଡ୍ରାଇଭର ଗାଡିଟିକୁ ଅନ୍ୟପଟକୁ ଦ୍ରୁତବେଗରେ ମୋଡିଦେବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବାବେଳେ ଦୁଇଜଣ ଅଳ୍ପକେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଖବର ପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଚଳେଇଥିବା ଜଣାପଡିଛି।

Comments are closed.