ଯୁବ ରେଡକ୍ରସ ଆନୂକୁଲ୍ୟରେ ସଙ୍କୁଳ ସ୍ତରୀୟ ପ୍ରଶିକ୍ଷଣ ଶିବିର

ହରଭଙ୍ଗା; ପୁରୁଣାକଟକ ସ୍ଥିତ ଭୈରବୀ କନିଷ୍ଟ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ସଙ୍କୁଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଅଛି। ବୌଦ୍ଧ ଜିଲ୍ଲା ଯୁବରେଡକ୍ରସର ସମ୍ପାଦକ ପ୍ରବୀର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୈରବୀ କନିଷ୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ପାଠୀ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଉପସ୍ଥିତ ଶିବିରାର୍ଥିମାନଙ୍କୁ ସେବା ସମ୍ପର୍କରେ ଉଦବୋଧନ ଦେଇ ଶପଥ ପାଠ କରେଇଥିଲେ।ବୌଦ୍ଧ ଜିଲ୍ଲା ପାଂଚଗୋଟି ମହାବିଦ୍ୟାଳୟ ବୌଦ୍ଧ ପଂଚାୟତ କଲେଜ, ବୌଦ୍ଧ ମହିଳା ମହାବିଦ୍ୟାଳୟ, ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ଭୈରବୀ କନିଷ୍ଟ ମହାବିଦ୍ୟାଳୟ, ହରଭଙ୍ଗା ପଂଚାୟତ ମହାବିଦ୍ୟାଳୟ ୨୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ୫ ଜଣ କାଉନସିଲର ଶିବିରରେ ଯୋଗଦାନ କରିଛନ୍ତି। ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ପ୍ରିୟବ୍ରତ ନାୟକ, ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ସୁରେଶ୍ୱର ଯୋଷୀ ଯୋଗ ଦେଇଥିଲେ। କାଉନସିଲର ସଦାଶିବ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.