ବିଦ୍ୟୁତ୍ କାଟକୁ କେନ୍ଦ୍ର ଗଣ୍ଡଗୋଳ: ଉପଭୋକ୍ତାଙ୍କ କର୍ମଚାରୀଙ୍କୁ ମାଡ, ଜଣେ ଗିରଫ

ହରଭଙ୍ଗା;ବୌଦ୍ଧଜିଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ଅର୍ନ୍ତଗତ ତାକୁଡ ଗ୍ରାମରେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ମାଡ ମାରିବା ସହିତ ଗାଡି ଭଙ୍ଗାରୁଜା ଘଟଣାରେ ବୌଦ୍ଧ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ତାକୁଡ ଗ୍ରାମର ସାରଙ୍ଗଧର କହଁର (୪୦) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ବୁଧୁବାର ଟିଡି ଏସଓପିଏଲ ପୁରୁଣାକଟକ ସେକ୍ସନ ରାଜସ୍ୱ ସଂଗ୍ରହ ଅଧିକାରୀ ସମୀର ନାଏକ, ସୁପରଫାଇଜର ବିକ୍ରମ ରାଉତ୍, ତିଲେଶ୍ୱର ଲାଇନମ୍ୟାନ ସୌମ୍ୟ ରଞନଚନ୍ଦ୍ର ଶେଖର ଦେହୁରୀ, ପ୍ରବୀଣ ପ୍ରଧାନ ଏବଂ ଗାଡି ଡ୍ରାଇଭର ଲିପୁ ସହିତ ଏକ ଟିମ ବିଦ୍ୟୁତ୍ ବିଲ ସଂଗ୍ରହ ପାଇଁ ତାକୁଡ ଗ୍ରାମକୁ ଯାଇଥିଲେ। ତାକୁଡ ଗ୍ରାମର ସାରଙ୍ଗଧର କହଁରଙ୍କ ବକେୟା ବିଦ୍ୟୁତ୍ ବିଲ ପଇଠ ନକରିବାରୁ ରାଜସ୍ୱ ସଂଗ୍ରହ ଟିମ ତାଙ୍କର ଘରୋଇ ବିଦ୍ୟୁତ୍ ସଂଯୋଗକୁ କାଟିଦେଇଥିଲେ। ଏଥିରେ ସାରଙ୍ଗଧର ଉତ୍ୟକ୍ତ ହୋଇ ବିଦ୍ୟୁତ୍ ବିଭାଗ ଟିମ୍ ଗାଡିକୁ ରାସ୍ତାରେ ଅଟକାଇ ଗାଡିର କାଚ ଭଙ୍ଗାରୁଜା କରିବା ସହ ଏକ ବାଡିରେ ପ୍ରବୀଣ ପ୍ରଧାନଙ୍କ ହାତକୁ ମାଡମାରିଥିଲା।ଫଳରେ ପ୍ରବୀଣଙ୍କ ହାତ ଭାଙ୍ଗିଯାଇଥିଲା।

 

ଏ ନେଇ ପୁରୁଣାକଟକ ବିଭାଗୀୟ ରାଜସ୍ୱ ସଂଗ୍ରହ ଅଧିକାରୀ ସମୀର ନାଏକ ବୌଦ୍ଧ ଥାନାରେ ଏତଲା ଦେଇଥିଲେ। ବୌଦ୍ଧ ପୁଲିସ ଏକ ମାମଲା ରୁଜୁକରି ମୁଖ୍ୟ ଅଭିଯୁକ୍ତ ସାରଙ୍ଗଧରଙ୍କୁ ଗିରଫ କରିଛି।ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବୌଦ୍ଧ ଟାଉନ ଥାନା ଆଇଆଇସି ତପସ୍ୱିନୀ କହଁର ସୂଚନା ଦେଇଛନ୍ତି।

Comments are closed.