ବିଦ୍ୟୁତ୍‍ ସଂସ୍ପର୍ଶରେ ଚାଷୀ ମୃତ୍ୟୂ ଘଟଣା, ତ୍ରୁଟି କାହାର?

ହରଭଙ୍ଗା: ବୌଦ୍ଧ ଉଠାଜଳସେଚନ ବିଭାଗର ବେପାରୁଆ କାର୍ଯ୍ୟ ଯୋ୍‍ଗୁୁଁ ଗତ ମଙ୍ଗଳବାର ଇଲେକ୍ଟ୍ରି ମୋଟର ଲଗାଇବା ସମୟରେ ଜଣେ ଯୁବ ଚାଷୀଙ୍କ ବିଦ୍ୟୁ୍‍ତ୍‍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା। ଜଣେ ଚାଷୀଙ୍କ ଜୀବନ ଗଲା ପରେ ବିଭାଗୀୟ ଅଧିକାରୀଙ୍କ ଚେତା ପଶିିଛି। ଆଜି ସକାଳେ ବିଭାଗୀୟ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ସାହୁ, କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ପଣ୍ଡା ପ୍ରମୁଖ କାନପୁର ଉଠାଜଳସେଚନ ବିଭାଗ ପମ୍ପ ହାଉସ ନମ୍ବର-୨ରେ ପଂହଚି ଘଟଣାର ଅନୁଧ୍ୟାନ କରିଛନ୍ତି। କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି।

ସୂଚନା ଥାଉ କି ପିତାମ୍ବରପୁର ପଂଚାୟତ କାନପୁର ଗ୍ରାମରେ ଉଠାଜଳସେଚନ ବିଭାଗ ପକ୍ଷରୁ ୨ଟି ନୂତନ ପମ୍ପହାଉସ ନିର୍ମାଣ ହୋଇଛି। ଗତକାଲି କାନପୁର ଗ୍ରାମର ରାଜକୁମାର ପ୍ରଧାନ (୨୫) ଜମିକୁ ପାଣି ମଡାଇବା ପାଇଁ ଉଠାଜଳସେଚନ ପମ୍ପହାଉସ ନମ୍ବର ୨କୁ ଯାଇଥିଲେ। ମୋଟର ଲଗାଇବା ସମୟରେ ସେ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ଉପରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏ ସର୍ମ୍ପକରେ ବୌଦ୍ଧ ଉଠାଜଳସେଚନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅତିରିକ୍ତ ଦାୟିତ୍ୱରେ ଥିବା ରୁଦ୍ର ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟୁତ୍‍ କନେକସନ ପାଇଁ ଆମେ ଟି.ଡିଏସ.ଓପି.ଏଲକୁ ସମସ୍ତ ଖର୍ଚ୍ଚ ପଇଠ କରିଥାଉ। ସେ ବିଦ୍ୟୁତ୍‍ ସଂଯୋଗ କାର୍ଯ୍ୟ ସାରିବା ପରେ ଆମକୁ ଏକ ସାର୍ଟିଫିକେଟ ଦେବା ପରେ ଆମେ ପମ୍ପହାଉସକୁ ପାଣିପଂଚାୟତକୁ ହସ୍ତାନ୍ତର କରିଥାଉ। କେଉଁ କାରଣରୁ ଏହା ଘଟିଲା ତାହା ବିଦ୍ୟୁତ୍‍ ବିଭାଗ ପକ୍ଷରୁ ଯାଂଚ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାପାଇଁ ଚାଷୀ ମହଲରୁ ଦାବୀ ଉଠୁଛି।

Comments are closed.