ଭୈରବୀଙ୍କ ପୀଠରେ ସଫେଇ କାର୍ଯ୍ୟକ୍ରମ

ହରଭଙ୍ଗା: ବୌଦ୍ଧର ଅଧିଷ୍ଠାତ୍ରୀ ମା’ ଭୈରବୀଙ୍କ ପୁରୁଣାକଟକ ପୀଠରେ ଶନିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନେହେରୁ ଯୁବକେନ୍ଦ୍ର ସହଯୋଗରେ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷତାରେ କଲେଜର ୩୦ଜଣ ଛାତ୍ରଛାତ୍ରୀ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ଥିଲେ।ମନ୍ଦିର ଚର୍ତୁପାଶ୍ୱର୍କୁ ସମସ୍ତଙ୍କ ସହଯୋଗରେ ପରିଷ୍କାର, ପରିଛନ୍ନ କରାଯାଇଥିଲା।

 

ଏହି ମହତ୍ କାର୍ଯ୍ୟକ୍ରମରେ ସଫେଇ ଯୁବକେନ୍ଦ୍ର ଫକ୍ଷରୁ ମହିଳା ସ୍ୱେଛାସେବୀ ସୁପ୍ରିୟା ଦେହୁରୀ, ମା ବୁଢୀ ବାଉରୀ ୟୁଥକ୍ଲବର ସଭାପତି ଶିଳ୍ପାରାଣି ବେହେରା,ସ୍ୱେଛାସେବୀ ପ୍ରତାପ ମେହେରଙ୍କ ସହିତ ଛାତ୍ରଛାତ୍ରୀମାନେ ସାମିଲ ଥିଲେ।ଛାତ୍ରଛାତ୍ରୀଙ୍କ ଏଭଳି ମହତ୍ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା କରାଯାଇଛି।

Comments are closed.