ହରଭଙ୍ଗା;ଦେଶୀ ମହୁଲି ମଦ ସହ ଜଣେ ଗିରଫ

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ ମହାଲିକପଡା ଗ୍ରାମରେ ଗୁରୁବାର ଅବକାରୀ ବିଭାଗ ଚଢଉ କରି ଦେଶୀ ମହୁଲି ମଦ ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମହାଲ୍ଲିକପଡା ଗ୍ରାମର ନକୁଳ ରଣା (୬୦) ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ବାହାଲି ପଟୁ ଏକ ପ୍ଲାଷ୍ଟିକ ଢବାରେ ନକୁଳ ରଣା ୧୦ଲିଟର ଦେଶୀ ମହୁଲି ମଦ ଧରି ମହାଲ୍ଲିକପଡା ଆଡକୁ ଆସୁଥିବା ସମୟରେ ତାଙ୍କଠାରୁ ମଦ ଜବତ ସହ ତାଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା। ଏ ନେଇ ହରଭଙ୍ଗା ଅବକାରୀ ଥାନା ପକ୍ଷରୁ ଏକ ମାମଲାରୁଜୁ କରାଯାଇ ଅଭିଯୁକ୍ତ ନକୁଳ ରଣାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ରମେଶ ମହାନ୍ତି ସୂଚନା ଦେଇଛନ୍ତି।

Comments are closed.