ଲଗାଣ ବର୍ଷାରେ ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷୟକ୍ଷତି, ଭାଙ୍ଗିଲା ୨୬୨ ଘର

ହରଭଙ୍ଗା:ଗତ ଲଗାଣ ବର୍ଷାରେ ହରଭଙ୍ଗା ବ୍ଲକରେ ଘର,ରାସ୍ତା ଘାଟ,ବନ୍ଧରେ ଘାଇ ,ଅଙ୍ଗନଓାର୍ଡୀ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟିଛି।ମିଳିଥିବା ସୂଚନା ଅନୁସାରେ ହରଭଙ୍ଗା ତହସିଲର ୭ଗୋଟି ରାଜସ୍ୱ ନୀରିକ୍ଷକ ଅଧିନରେ ୨୬୨ଟି ଘର ଆଂଶିକ ଭାଙ୍ଗିଥିବା ସୂଚନା ମିଳିଛି।ହରଭଙ୍ଗା ବ୍ଲକ ଅଧିନରେ ଥିବା ୨୨ଗୋଟି ପଂଚାୟତର ୨୪୦ଟି ରାସ୍ତା ଲଗାଣବର୍ଷାରେ ଭାଙ୍ଗିଥିବା ଜଣାପଡିଛି।ସେହିପରି ୧୮ଟି ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ବେଳେ ୮ଗୋଟି ଅଙ୍ଗନଓାର୍ଡୀ କେନ୍ଦ୍ରର ଘର ଛାତ,ପାଚେରୀ ,ଝରକା,କବାଟ ଲଗାଣ ବର୍ଷାରେ ଭାଙ୍ଗିଥିବା ସୂଚନା ମିଳିଛି।ଶେଷରେ ୩୬ଟି ସରକାରୀ ଘରର ଛାତ,ପାଚେରୀ ଇତ୍ୟାଦି ନଷ୍ଟ ହୋଇଥିବା ସୂଚନା ମିଳିଛି।ଲଗାଣ ବର୍ଷାରେ ପଂଚାୟତ ସମିତି ଏବଂ ପଂଚାୟତର ପ୍ରାୟ ୧କୋଟି ଟଙ୍କାର ରାସ୍ତା ଘାଟ,ବନ୍ଧ,ଅଙ୍ଗନଓାର୍ଡୀ ଘର ଭାଙ୍ଗିଥିବା ବ୍ଲକ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଛି।ତୁରନ୍ତ ଭାଙ୍ଗିଥିବା ରାସ୍ତା ଘାଟ ମରାମତି ପାଇଁ ଦାବୀ ହେଉଛି।

Comments are closed.