ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଯୁବ ସଚେତନ ନାଗରିକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାରିଛକକୁ ପୌରପରିଷଦରେ ସାମିଲ ପାଇଁ ଖସଡା ପ୍ରସ୍ତୁତ ହୋଇଥିବାବେଳେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥାକୁ ନେଇ ଯୁବ ସଚେତନ ନାଗରିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ବୌଦ୍ଧ ଜିଲ୍ଲାପାଳଙ୍କୁ ଟ୍ୱିଟ୍ ଯୋଗେ ଜଣାଯାଇଛି। ଏହି ସମସ୍ୟା ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବାକୁ ତ୍ଥବିନାୟକ ୟୁଥ୍ କ୍ଲବ ପକ୍ଷରୁ ଚେତାବନୀ ଦିଆଯାଇଛି।ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି।

Comments are closed.