ଚାରିଛକ ରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

ହରଭଙ୍ଗା  : ହରଭଙ୍ଗା ବ୍ଲକ ଚାରିଛକ ରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।ଶନିବାର ଅପରାହ୍ନରେ ଅସରାଏ ବର୍ଷା ରେ କୁଢ଼ କୁଢ଼ ଆବର୍ଜନା ବିଭିନ୍ନ ସ୍ଥାନରେ ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି ।ସୂଚନା ଥାଉ କି ବ୍ଲକ ସଦରମହକୁମା ଚାରିଛକ ବଜାର ଉପରେ ରହିଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଠିକାସଂସ୍ଥା ଦ୍ୱାରା ଅଧପନ୍ତରିଆ ଡ୍ରେନ ନିର୍ମାଣ କରାଯାଇଛି । ଡ୍ରେନ ଉପରେ ଗୋଡ଼ଣି ପକାଯାଇନାହିଁ ।ଅନ୍ୟପଟେ ମଇଲା ଆବର୍ଜନା ଡ୍ରେନରେ ପୋତିହୋଇପଡିଥିବା ବେଳେ ଆବର୍ଜନା ସଫା ଦିଗରେ କେହି ଦୃଷ୍ଟି ଦେଉନଥିବାରୁ ଏଭଳି ସମସ୍ୟା ଉପୁଜୁଛି ।ତୁରନ୍ତ ଏ ଦିଗରେ ବ୍ଲକ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରୁ ଦାବି ହୋଇଛି।

Comments are closed.