ବିଦ୍ୟୁତ୍‍ ଖୁମ୍ବରେ ଧକ୍କା ହେଲା ଟାଟା ଏସି, ୨ ଗୁରୁତର

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକ ଶିବ ମନ୍ଦିର ନିକଟରେ ଗୁରୁବାର ଏକ ଇଲେକ୍ଟ୍ରି ପୋଲରେ ଟାଟା ଏସି ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଜାତୀୟ ରାଜପଥ ଦେଇ ଭଦ୍ରକରୁ ଏକ ମୁଢି ମେସିନ ବୋଝେଇ କରି ଟାଟା ଏସି ଗାଡି ସୋନପୁର ଅଭିମୁଖେ ଯାତ୍ରା କରୁଥିଲା। ଚାଳକ ମାତ୍ରାଧିକ ନିଶା ସେବନ କରି ଗାଡି ଚଳାଉଥିବାରୁ ଗାଡିଟି ଚାରିଛକ ଶିବ ମନ୍ଦିର ନିକଟରେ ଥିବା ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏଥିରେ ଡ୍ରାଇଭର ଅଜୟ କୁମାର ସାହୁ ଓ ଉମା ସାହୁ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଚାରିଛକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୁରୁଣାକଟକ ପୁଲିସ ଘଟଣାର ଅଧିକ ତଦନ୍ତ ଚଳେଇଛି।

Comments are closed.