ଗଞେଇ ସହ କାର ଜବତ, ୨ ଗିରଫ

ହରଭଙ୍ଗା: ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ଅର୍ନ୍ତଗତ ଚାରିଛକ-ଫୁଲବାଣି ପୂର୍ତବିଭାଗ ରାସ୍ତାର ଘୋଡାଡିଆଁ ନିକଟରୁ ପୁରୁଣାକଟକ ପୁଲିସ ପେଟ୍ରୋଲିଂ ବେଳେ ଏକ ଗଞେଇ ବୋଝେଇ କାରକୁ ଜବତ କରିଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଫୁଲବାଣିରୁ ସମ୍ବଲପୁରକୁ ଏକ ଇଣ୍ଡିଗୋ କାର ଯୋଗେ ଗଞେଇ ଚୋରା ଚାଲାଣ ହେଉଥିବା ପୁରୁଣାକଟକ ପୁଲିସ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇଥିଲା। ଖବର ପାଇ ଚାରିଛକ -ଫୁଲବାଣି ରାସ୍ତାରେ ପେଟ୍ରୋଲିଂ କରି ଉକ୍ତ କାରକୁ ଅଟକାଇ ଚେକିଂ କରିଥିଲା। ଗାଡିରୁ ୨୫ କେଜି ଓଜନର ଗଞେଇ ଜବତ କରିବା ସହ ଏହି ଘଟଣାରେ ଡ୍ରାଇଭର ଶ୍ୱେତବାଗ ବଗର୍ତୀ (୨୧) ଓ ଆଦମ ଦିଗାଲ (୨୭)କୁ ପୁଲିସ ଗିରଫ କରିଛି।

ଶ୍ୱେତବାଗର ଘର କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ସଲପ ଗାଁ ହୋଇଥିବା ବେଳେ ଆଦମ ଦିଗାଲର ଘର ଗୋଛାପଡା ଥାନା ବଗିପଙ୍ଗା ବୋଲି ସୂଚନା ମିଳିଛି। ଏ ନେଇ ପୁରୁଣାକଟକ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିଜ ତଦନ୍ତ ଚାଲିଥିବା ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି।

Comments are closed.