ପୁରୁଣାକଟକରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାର ଉପକଣ୍ଠର ଧଳପୁର ଛକରୁ ରଥସାହି ପର୍ଯ୍ୟନ୍ତ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।ଫଳରେ ଦୂଷିତ ଜଳ ରାସ୍ତା ଉପରେ ଜମିରହିବା ସହିତ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି।ଏହି ରାସ୍ତା ଉପରେ ଧଳପୁର, ତିଲେଶ୍ୱର, ପୁରୁଣାକଟକ, ଭଳି ୨୦ରୁ ୩୦ ଗ୍ରାମବାସୀ ନିର୍ଭର କରୁଥିବା ଜଣାପଡିଛି।ବିଶେଷକରି ସ୍କୁଲ, କଲେଜ, ଟିଉସନ ଯାଉଥିବା ପିଲାଏ କାଦୁଅ ରାସ୍ତାରେ ଯିବାଆସିବା ପାଇଁ ହଇରାଣ ହେଉଛନ୍ତି।

 

ପୁରୁଣାକଟକ ବଜାର ଉପକଣ୍ଠରେ ଡ୍ରେନେଜ୍ ବ୍ୟବସ୍ଥାର ବିକଳ ଚିତ୍ର ବୁଦ୍ଧିଜୀବି ଏବଂ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଆଗକୁ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଲୋକଙ୍କ ସମସ୍ୟାକୁ ଆଗ୍ରାଧିକାର ଭିତିରେ ସମାଧାନ କରିବା ପାଇଁ ସମାଜସେବୀ ବିରେନ୍ଦ୍ର ଦ୍ୱାରୀ ଦାବୀ କରିଛନ୍ତି। ଏଥିପ୍ରତି ବ୍ଲକ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Comments are closed.