ମୋଜେଶ୍‍ଙ୍କୁ ଇଂରାଜୀ ସମ୍ମାନରେ ଚର୍ତୁଥ ସ୍ଥାନ

ହରଭଙ୍ଗା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେଥିବା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ର ତୃତୀୟଶ୍ରେଣୀ ଛାତ୍ର ମୋଜେଶ ବାରିକ ଇଂରାଜୀ ସମ୍ମାନରେ ୭୬ ପ୍ରତିଶ୍ରତ ନମ୍ବର ରଖି ବିଶ୍ୱବିଦ୍ୟାଳୟର ଚତୁର୍ଥସ୍ଥାନରେ ଡିଷ୍ଟିଙ୍ଗସନ ସହ ଉତୀର୍ଣ୍ଣ ହୋଇ କଲେଜର ଗୌରବ ରଖିଛନ୍ତି। ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡ. ପ୍ରମୋଦ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ୧୨ଜଣ ଛାତ୍ର ଇଂରାଜୀ ସମ୍ମାନରେ ପ୍ରଥମ ସ୍ଥାନ ଅଧିକାର କରି କଲେଜ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ଇଂରାଜୀରେ ଛାତ୍ରଙ୍କ ଏଭଳି କୃତିତ୍ୱ ପାଇଁ ଶିକ୍ଷାନୁଷ୍ଠାନକୁ ତଥା ଜିଲ୍ଲାପାଇଁ ଏକ ଗୌରବର ବିଷୟ ବୋଲି ଶୀକ୍ଷାପ୍ରେମୀ ଓ ବୁଦ୍ଧିଜୀବି ମହଲରୁ ମତପ୍ରକାଶ ପାଉଛି।

Comments are closed.