MEllora 950×100

ହରଭଙ୍ଗାର ଐତିହ୍ୟ ଫେରାଇ ଆଣିବାକୁ ଅଣ୍ଟା ଭିଡିଲେ ୬ ପଞ୍ଚାୟତବାସୀ

ଜାନୁୟାରୀ ୨୭ରୁ ଶୁଭାରମ୍ଭ ହେବ ହରଭଙ୍ଗା ମହୋତ୍ସବ

ହରଭଙ୍ଗା : ହରଭଙ୍ଗାର ଐତିହ୍ୟ ଫେରାଇଆଣିବାକୁ ୬ଟି ପଞ୍ଚାୟତର ଲୋକପ୍ରତିନିଧି, ଜ୍ଞାନୀ, ଗୁଣୀ ବୁଦ୍ଧିଜୀବି ରବିବାର ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଏକତ୍ରୀତ ହୋଇଥିଲେ। ଆସନ୍ତା ଜାନୁୟାରୀ ୨୭ରୁ ହରଭଙ୍ଗା ହାଇସ୍କୁଲ ପଡିଆରେ ହରଭଙ୍ଗା ମହୋତ୍ସବ ଆୟୋଜନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ କଲେଜ ଅଧ୍ୟକ୍ଷ ପ୍ରିୟନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୭ଜାନୁୟାରୀରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ହରଭଙ୍ଗା ମହୋତ୍ସବ ଆୟୋଜିତ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିପାଇଁ ଏକ ମହୋତ୍ସବ ପରିଚାଳନା ସମିତି ଗଠନ କରାଯାଇଥିଲା। ମହୋତ୍ସବ ସମିତିର ଅଧ୍ୟକ୍ଷଭାବେ ୦୯ନମ୍ବର ଜିଲ୍ଲାପରିଷଦ ସଭ୍ୟା ତଥା ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କୁ ମନୋନୀତ କରାଯାଇଥିଲା। ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରିୟନାଥ ଶର୍ମାଙ୍କୁ ଆବାହକ, ସଂଜଯୋକ ଭାବେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ଉପସଭାପତି ପ୍ରଦୀପ କୁମାର ସାହୁ , ସଭାପତି ଭାବେ ହରଭଙ୍ଗା ପୂର୍ବତନ ସରପଞ୍ଚ ସୁବୋଧ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଭାବେ ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ଉପ ସଭାପତି ଭାବେ ଶଙ୍କୁଲେଇ ସସରପଞ୍ଚ ସୁଶ୍ରୀତା ଛାନ୍ଦ, କୁଶଙ୍ଗ ସରପଞ୍ଚ ରଣଜିତ ବେହେରା, ଛତ୍ରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଶିଲ କୁମାର ପ୍ରଧାନ, ଶଙ୍କୁଲେଇ ସମିତି ସଭ୍ୟ ରଶ୍ମିତା ମହାକୁଡ, କୁଶଙ୍ଗ ସମିତିସଭ୍ୟ କାହ୍ନୁଚରଣ ନାଥଙ୍କୁ ମନୋନୀତ କରାଯାଇଥିଲା ।ସମ୍ପାଦକଭାବେ ସରୋଜ କୁମାର ଭୋକ୍ତା, କାର୍ଯ୍ୟକାରୀ ସମ୍ପାଦକ ସୁନିଲ କୁମାର ଗୁପ୍ତା, ସମ୍ପାଦକ(ଅର୍ଥ) ସୁରେଶ ନାଏକ,ସମ୍ପାଦକ ସାଂସ୍କୃତିକ ବିକାଶ ବେହେରା, ସମ୍ପାଦକ (ସାଜସଜ୍ଜା) ପ୍ରମୋଦ କୁମାର ସାହୁ, ସମ୍ପାଦକ(ଗଣମାଧ୍ୟମ) ପ୍ରୀତିରଞନ ଦାସ, ସମ୍ପାଦକ(ମୀନାବଜାର)ଦିନେଶ କୁମାର ପାଣିଗ୍ରାହୀ, ସମ୍ପାଦକ (ଶାନ୍ତିଶୃଙ୍ଖଳା) ଅରୁଣ କୁମାର ଦାସ, ସମ୍ପାଦକ(ଖାଦ୍ୟ)ପ୍ରତାପ କୁମାର ସିଂହ, ସମ୍ପାଦକ(ମଞ୍ଚ)ସୁଧିର ଦୀପ, ସମ୍ପାଦକ(ବିଜ୍ଞାପନ)ନଟବର ପ୍ରଧାନ, ସମ୍ପାଦକ (ପ୍ରତିକା) ପ୍ରୟନାଥ ଶର୍ମା ଏବଂ କୋଷାଧ୍ୟକ୍ଷ ଭାବେ ପ୍ରମୋଦ କୁମାର ଖମାରୀଙ୍କୁ ମନୋନୀତ କରାଯାଇଥିଲା। ଆସନ୍ତା ରବିବାର ମହୋତ୍ସବ ପାଇଁ ଚୂଡାନ୍ତ ବୈଠକ ବସିବା ଲାଗି ସମିତି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ହରଭଙ୍ଗା ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସବୁବର୍ଗର ଜନସାଧାରଣ ଏ ମାଟିର ସନ୍ତାନ ମାନଙ୍କଠାରୁ ମହୋତ୍ସବ ସମିତି ପୂର୍ଣ୍ଣ ସହଯୋଗ କାମନା କରୁଛି । ଆଜିର ବୈଠକରେ ୬ଟି ପଞ୍ଚାୟତର ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।

Comments are closed.