ନଦୀକୁ ଗାଧୋଇବାକୁ ଯାଇ ମହିଳା ନିଖୋଜ ଅଭିଯୋଗ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ କୋଡାଶିଙ୍ଗା ଗ୍ରାମର ତ୍ରୀନାଥ ବେହେରାଙ୍କ ପତ୍ନୀ ମମିତା ବେହେରା(୪୫) ଗୁରୁବାର ସକାଳେ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେ ପାଣିରେ ବୁଡି ଯାଇଥିବା ସନ୍ଦେହରେ ପରିବାର ଲୋକେ ହରଭଙ୍ଗା ଦମକଳବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ମହିଳାଙ୍କୁ ଖୋଜାଖୋଜି ଚଳେଇଥିବା ଜଣାପଡିଛି ।

Comments are closed.