ହରଭଙ୍ଗାରେ ଚୋରି ବାଇକ୍‍ ସହ ୨ଟି ମେଣ୍ଢା ଉଦ୍ଧାର, ଜଣେ ଗିରଫ

ହରଭଙ୍ଗା : ବୌଦ୍ଧଜିଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗରୁ ଚୋରି ହୋଇଥିବା ଏକ ପଲସର ବାଇକ ସହ ୨ଟି ମେଣ୍ଢା ଶନିବାର ହରଭଙ୍ଗା ପୁଲିସ ଖରଭୁଇଁ ଜଙ୍ଗଲରୁ ଉଦ୍ଧାର କରିଥିବା ଜଣାପଡିଛି ।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୁଶଙ୍ଗ ଗ୍ରାମର ଦାଶରଥି ଷାଣ୍ଢଙ୍କ ୨ଟି ମେଣ୍ଢା ଏବଂ ବିପିନ ବିହାରୀ ସାହୁଙ୍କ ଗୋଟିଏ ବାଜାଜ ପଲସର ବାଇକ ତିନିଦିନ ବ୍ୟବଧାନରେ ଚୋରି ହୋଇଥିବା ନେଇ ଉଭୟଙ୍କ ପକ୍ଷରୁ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ ଭିତିକରି ହରଭଙ୍ଗା ପୁଲିସ ଘଟଣାର ଖୋଳତାଡ ପରେ ଆଜି ଖରଭୁଇଁ ଜଙ୍ଗଲରୁ ବାଜାଜ ପଲସର ବାଇକ ସହ ଦୁଇଟି ମେଣ୍ଢା ଜବତ କରିବାକୁ ସକ୍ଷମ ହୋଇଥିଲା ।ଏହି ଘଟଣାରେ କୁଶଙ୍ଗ ଗ୍ରାମର ଦୁଃଖିଶ୍ୟାମ ଭୋକ୍ତାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାରଥିବା ହରଭଙ୍ଗା ଥାନା ଏ.ଏସ.ଆଇ ପ୍ରାଣବନ୍ଧୁ ସାହୁ ସୂଚନା ଦେଇଛନ୍ତି । ଏ ନେଇ ହରଭଙ୍ଗା ଥାନା ପକ୍ଷରୁ ୧୩୭,୧୩୮ ଭଳି ଦୁଇଟି ପୃଥକ ପୃଥକ ମାମଲା ରୁଜୁକରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

Comments are closed.