ମନ୍ଦିରରୁ ଚୋରି ଉଦ୍ୟମ, ଧରାପଡିଲା ଯୁବକ

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ପୁରୁଣାକଟକସ୍ଥିତ ମନ୍ଦିର ପରିସରରୁ ଶୁକ୍ରବାର ଭୋରରୁ ଦାନବାକ୍ସ ଭାଙ୍ଗି ଚୋରି ଉଦ୍ୟମ କରୁଥିବା ଜଣେ ଚୋରକୁ ଲୋକେ କାବୁ କରିବାକୁ ସକ୍ଷମ ହୋଇଛନ୍ତି।ସୂଚନା ମୁତାବକ, ଆଜି ଭୋରରୁ ମନ୍ଦିର ପରିସରରେ ଥିବା ଏକ ଦାନବାକ୍ସ ଭାଙ୍ଗି ଚୋରି ଉଦ୍ୟମ କରୁଥିବାବେଳେ ମନ୍ଦିର ପରିଚାଳନା କମିଟି ଚୋରକୁ ଧରି ପୁରୁଣାକଟକ ପୁଲିସକୁ ଜିମା ଦେଇଥିବା ଜଣାପଡିଛି। ଧରାପଡିଥିବା ଚୋର ବିଜୁ ପାତ୍ର। ତାର ଘର ପୁରୁଣାକଟକ ଥାନା ଅର୍ନ୍ତଗତ ସାଲକଟା ବୋଲି ଜଣାପଡିଛି। ଘଟଣା ବିଷୟରେ ପୁଲିସ ଅଧିକ ପଚରାଉଚରା ଚଳେଇଛି।

Comments
Loading...