ଗଞ୍ଜେଇ ଓ ମଦ ଜବତ, ଦୁଇ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ଶନିବାର ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢାଉ କରାଯାଇ ୨୩ କେ.ଜି ଓଜନର ଗଞ୍ଜେଇ ବସ୍ତା ସହ ୧୦ ଲିଟର ଦେଶୀ ମହୁଲି ମଦ ଜବତ କରିଥିବା ଜଣାପଡିଛି।ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଅବକାରୀ ବିଭାଗ ପକ୍ଷରୁ ପୁରୁଣା କଟକ ଥାନା ଅର୍ନ୍ତଗତ ମାଧପୁର କୋଲିନୀ ସାହିରେ ଚଢଉକରି ବିଶିକେଶନ କହଁର(୪୩)ଙ୍କ ଠାରୁ ୨୩କେ.ଜି ଓଜନର ଗଞ୍ଜେଇ ବସ୍ତା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ହରଭଙ୍ଗା ଥାନା ଅର୍ନ୍ତଗତ ଗଣ୍ଡାପାଜୁ ଗ୍ରାମରେ ଚଢଉ କରି ସତ୍ୟବାନ ନାଏକ(୩୬)ଙ୍କଠାରୁ ୧୦ଲିଟର ଦେଶୀ ମହୁଲି ମଦ ଜବତ ସହ ତାଙ୍କୁ ଗିରଫ କରିଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ସୀମାକରଣ ବେକ ସୂଚନା ଦେଇଛନ୍ତି।

Comments are closed.