ମଦ ଜବତ, ଦୁଇ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଝାଡ୍ରାଜିଂ ଏବଂ କିଟାଙ୍ଗପଡା ଭଳି ଦୁଇଟି ପୃଥକ ପୃଥକ ସ୍ଥାନରେ ବୁଧୁବାର ଅବକାରୀ ବିଭାଗ ଚଢଉ କରି ୨୫ଲିଟର ଦେଶୀ ମହୁଲି ମଦ ଜବତ କରିଥିବା ଜଣାପଡିଛି। ଏଥିରେ ସଂପୃକ୍ତ ଦୁଇ ଅଭି୍‍ଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ଆଜି ସକାଳେ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ପ୍ରଥମେ ଝାଡ୍ରାଜିଂ ଗ୍ରାମରେ ଚଢଉକରି ବାସନ୍ତି ବେହେରା(୪୦)ଙ୍କ ଠାରୁ ୫ଲିଟର ଏବଂ ଦ୍ୱିତୀୟ ପର୍ଯ୍ୟାୟରେ କିଟାଙ୍ଗପଡା ଗ୍ରାମରେ ଚଢଉ କରି ଲୋକନାଥ ବେହେରା(୨୧)ଙ୍କଠାରୁ ୨୦ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲା। ଏନେଇ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକପୃଥକ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ସୀମାକରଣ ବେକ ସୂଚନା ଦେଇଛନ୍ତି।

Comments are closed.