ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ମାଧପୁର ରେଞ ଅର୍ନ୍ତଗତ ତଳଗାଁ ପଂଚାୟତର ଡାକପଦର ଗ୍ରାମର ଜନୈକ ଚାଷୀ ଧାନ ବିଲ ଜଗିଥିବା ସମୟରେ ଜଙ୍ଗଲୀ ଭାଲୁ ଆକ୍ରମଣ ଶୀକାର ହୋଇଥିବା ଜଣାପଡିଛି।ଗୁରୁତର ଚାଷୀ ଜଣଙ୍କ ହେଉଛନ୍ତି ଡାକପଦର ଗ୍ରାମର ଚମ୍ପେଶ୍ୱର ଯାନୀ(୫୫) ବୋଲି ସୂଚନା ମିଳିଛି।ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତିରେ ଚମ୍ପେଶ୍ୱର ଜଙ୍ଗଲ ମଧ୍ୟରେ ଥିବା ଧାନ ବିଲକୁ ଜଗିବା ପାଇଁ ଯାଇଥିଲେ।ଏହି ସମୟରେ ଗୋଟିଏ ଜଙ୍ଗଲୀ ଭାଲୁ ଆକ୍ରମଣରେ ସେ ଗୁରୁତର କ୍ଷତବିକ୍ଷତ ହୋଇଥିଲେ।ତାଙ୍କର ବାମ ହାତ ଓ ଜଘଂରେ ଗଭୀର କ୍ଷତ ହୋଇଥିଲ।।ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ଚିକିତ୍ସା ପାଇଁ ଭର୍ତୀ କରାଯାଇଛି। ତୁରନ୍ତ ଗୁରତର ଚାଷୀଙ୍କୁ ବନବିଭାଗ ପକ୍ଷରୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି।

Comments are closed.