ଓଲଟିଲା କୁଣ୍ଡା ବୋଝେଇ ଟ୍ରକ, ୪ ଅଳ୍ପକେ ବର୍ତିଲେ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ରାଧାନଗର ଛକ ନିକଟରେ ଗୁରୁବାର ମଧ୍ୟାହ୍ନ ସମୟରେ ଏକ କୁଣ୍ଡାବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡିଛି। ସୌଭାଗ୍ୟବଶତଃ ଗାଡି ଡ୍ରାଇଭର,ଖଲାସୀ ଏବଂ ୨ଜଣ ଶ୍ରମିକ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତଯାଇଛନ୍ତି। ସୂଚନା ମତେ ଏହି ଜାତୀୟ ରାଜପଥ ଦେଇ ସମ୍ବଲପୁରରୁ ଏକ କୁଣ୍ଡା ବୋଝେଇ ଟ୍ରକ ନଂ-ଓଆର୦୨ଟି ୩୭୪୫ ନାମକ ଟ୍ରକ ନୟାଗଡ ଜିଲ୍ଲା ମାଛିପଡା ଅଂଚଳକୁ ଯାଉଥିଲା। ଏହି ସମୟରେ ଗାଡିଟି ଭାରସାମ୍ୟ ହରାଇ ରାଧାନଗର ଛକ ନିକଟରେ ରାସ୍ତା ଉପରେ ଓଲଟିପଡିଥିଲା।ଫଳରେ ଗାଡି ଡ୍ରାଇଭର ସାମାନ୍ୟ ଆହାତ ହୋଇଥିବା ବେଳେ ଖଲାସୀ ଏବଂ ଦୁଇ ଶ୍ରମିକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।ବୌଦ୍ଧ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.