ଦେଶୀ ମହୁଲି ମଦ ଜବତ, ୩ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୃଥକ ପୃଥକ ୩ଟିସ୍ଥାନରେ ଗୁରୁବାର ଅବକାରୀ ବିଭାଗ ଚଢଉ କରି ୨୫ଲିଟର ଦେଶୀ ମହୁଲି ମଦ ଜବତ କରିଥିବା ଜଣାପଡିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ପୁରୁଣାକଟକ ଥାନା ଅର୍ନ୍ତଗତ ତାକୁଡ ଗ୍ରାମରେ ଚଢଉକରି ଶିବ ସାହୁ(୪୦)ଙ୍କଠାରୁ ୧୦ଲିଟର ଏବଂ କୃଷ୍ଣପାଲ୍ଲୀ ଗ୍ରାମର ସତ୍ୟାନନ୍ଦ ସାହୂ(୫୦)ଙ୍କ ଠାରୁ ୧୦ଲିଟର ଦେଶୀ ମହୁଲି ମଦ ଜବତ କରିଥିଲା। ଉଭୟ ଶିବ ସାହୁ ଏବଂ ସତ୍ୟାନନ୍ଦ ସାହୁଙ୍କୁ ଗିରଫ କରିଥିଲା। ଦ୍ୱତୀୟ ପର୍ଯ୍ୟାୟରେ ହରଭଙ୍ଗା ଥାନା ଅର୍ନ୍ତଗତ ଶଙ୍କୁଲେଇ ପଂଚାୟତର ବରଝୁଲି ଗ୍ରାମରେ ଚଢଉକରି ଜୟନ୍ତୀ ସାହୁ(୪୫)ଙ୍କ ଠାରୁ ୫ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଛି।ଏ ନେଇ ହରଭଙ୍ଗା ଅବକାରୀ ପକ୍ଷରୁ ପୃଥକ ପୃଥକ ୩ଟି ମାମଲା ରୁଜୁ କରାଯାଇ ତିନି ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଅବକାରୀ ଇନିସପେକ୍ଟର ସୀମାକରଣ ବେକ ସୂଚନା ଦେଇଛନ୍ତି।

 

Comments are closed.